ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦନପୁର ରାମପୁର ର ଗୋଛାଡେଗେନ ଗାଁ ବଜାର  ରେ ବ୍ଲକ କଂଗ୍ରେସ ର ହାଲ୍ଲlବୋଲ କାର୍ଯ୍ୟକ୍ରମ 

ଭବାନୀ ପାଟଣା-: ବ୍ଲକ କଂଗ୍ରେସ ସଭାପତି ରୁଦ୍ରାପସାଦ ସିଂ ଙ୍କ ନେତୃତ୍ୱରେ ଗୋଛାଡେଗେନ ଗାଁ ବଜାର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଓ ଏକଚlଟିଆ ଶାସନ ନୀତି ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବାପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାକୁଡ଼, ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ଆଦିବାସୀ ନେତା ପ୍ରକାଶ ମାଝୀ ଓ ସ୍ଥାନିୟ କଂଗ୍ରେସ ର ନେତା ମାନେ ଉପସ୍ଥିତ ରହି କେନ୍ଦ୍ର ସରକାର ର ବିଭିନ୍ନ ସାମଗ୍ରୀ ଉପରେ ଦlମ ବୃଦ୍ଧି ଓ ଘରୋଇ କରଣ ନୀତିକୁ ବିରୋଧ କରି ନିଜର ବକ୍ତବ୍ୟ ରଖିଥିଲେ l ସେହିପରି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଙ୍କ ଅପାରଗତା ପାଇଁ ଗରିବ ଜନସାଧାରଣ ଆଜି ଅସୁବିଧା ଭୋଗୁଥିବା, ସାଧାରଣ ଖାଉଟି ସାମଗ୍ରୀ ଉପରେ ଜୀ ଏସ ଟି ଲଗେଇବା କେତେଦୂର ଯଥାର୍ଥ ବୋଲି କଂଗ୍ରେସ ନେତାମାନେ ନିଜର ମନ୍ତବ୍ୟ ରଖିଥିଲେ l ଆଗାମୀଦିନରେ ସମସ୍ତେ ଏହା ବିରୁଦ୍ଧରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ଜନସାଧାରଣଙ୍କୁ ଆଭାନ ଦେଇଥିଲେ l

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ ଜଣାଣ କାଳିଆ

Sunil Chandra Nayak

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!