ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି ୨୨/୮ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ସଦର ପଞ୍ଚାୟତ ହରିଜନ ସାହି ର ନିତ୍ୟା ହରିଜନଙ୍କ ୫ମ ପୁଅ ରୁନା ହରିଜନ(୧୯) ବେଣୁ ନାୟକ ନୂତନ ଭାବେ ତିଆରି କରିଥିବା ଗୃହ ପାଚେରୀ ଚାରିଆଡେ଼ ବିଦ୍ୟୁତ୍ ତାର ସଂଯୋଗ କରିଛି।ଆଜି ସକାଳ ସମୟରେ ପୋଢ଼ ପାଚେରୀ ତାର ରେ ଲାଗି ମୃତ ହୋଇଥିବା ବେଳେ ରୁନା ମଧ୍ୟ ଲାଗି ଯାଇଥିଲେ। ଯାହା ଫଳରେ ଗୋଟିଏ ଗୃହ ପାଳିତ ପଶୁ ର ମୃତ ହୋଇଥିବା ବେଳେ,ରୁନା ର ମଧ୍ୟ ମୃତ ହୋଇଛି। ବିଧବା ମା ସୁକାନ୍ତି ହରିଜନ ପ୍ରଥମେ ସ୍ବାମୀ ଙ୍କୁ ହରାଇବା ପରେ ରୁନା କୁ ହରାଇ ଚିନ୍ତା ରେ ପଡ଼ି ଯାଇଛନ୍ତି। ବର୍ତ୍ତମାନ ରୁଁନା ଜୟପୁର ମହା ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ।ଆଜି ସେ ଚାଲିଗଲା ପରେ ତା ମାଁ ର ସାହାରା କିଏ ହେବ ବୋଲି ଭୁକ୍ ପଟା ଚିତ୍କାର କରି କାନ୍ଦୁଥିବା ଦେଖିବାକୁ ମିଳିଥିଲା।ଗରୀବ ପରିବାର ହୋଇଥିବାରୁ ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଆବଶ୍ୟକ ପଦକ୍ଷେପ ନେଇ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ ବାସି ଦାବି କରିଛନ୍ତି।ଏ ଘଟଣା ପରେ ଗ୍ରାମ ରେ ପାପଡାହାଣ୍ଡି ପୋଲିସ ଉପ ଖଣ୍ଡ ଅଧିକାରୀ ଆଦିତ୍ୟ କୁମାର ସେନ୍, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ,ପାତ୍ରପୁଟ୍ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ମନଜ କୁମାର ବେହେରା ଉପସ୍ଥିତ ଥିଲେ ।ଏ ନେଇ ପାପଡ଼ାହାଣ୍ଡି ଉପଖଣ୍ଡ ଅଧିକାରୀ ଙ୍କୁ ପଚାରିବାରୁ ଉଭୟଙ୍କ ପକ୍ଷରୁ ବୁଝାମୁଣା ହୋଇଯାଇଛି ତୁରନ୍ତ ଶବ୍ ପୋଷ୍ଟ ମଟମ୍ ପାଇଁ ନବରଙ୍ଗପୁର ନିଆଯିବ ବୋଲି କହିଛନ୍ତି।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଲହରୀ

Sunil Chandra Nayak

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ୨ ଯୁବକ ସମେତ ୩ ମହିଳା ଆହତ

Sunil Chandra Nayak

Leave a Comment

error: Content is protected !!