ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରର ସରକାରୀ ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ଡକାୟତି,୪୦,୦୦୦ଟଙ୍କା ସମେତ ୫ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ଗହଣା ଲୁଟ

ମୟୂରଭଞ୍ଜ ୨୨/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହର ସମେତ ଆଖପାଖ ଅଞ୍ଚଳରେ ଚୋରୀ,ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗୁଛି । ଯାହାକୁ ନେଇ ରାଇରଙ୍ଗପୁର ସହରବାସୀ ଚିନ୍ତିତ ।ପୋଲିସକୁ ମଧ୍ଯ ନାକେଦମ ହେବାକୁ ପଡ଼ିଲାଣି । ସୂଚନାଯୋଗ୍ୟ ରବିବାର ରାତି୧.୩୦  ପାଖାପାଖି ସମୟରେ ମନୋଜ ରାମଙ୍କ ଘରେ ୬ ମୁଖାଧାରୀ ଡକାୟତ ଘର ପଛପଟେ କବାଟ ଭାଙ୍ଗି ପଶି ଘର ମାଲିକଙ୍କୁ ଆକ୍ରମଣ କରିଥିଲେ ।ସେମାନେ ମନୋଜ ରାମଙ୍କ ସାନଭାଇ ଅମିତ ବରହମପୁରିଆ ଏବଂ ତାଙ୍କ ପତ୍ନୀ ରୀଆ ଙ୍କୁ ପିସ୍ତଲ ଲଗାଇ କାବୁ କରିଥିଲେ ।ହାତ ବାନ୍ଧି ଦେଇଥିଲେ ।ତାଙ୍କର ପୁଅକୁ ଜଣେ ଡକାୟତ କାବୁ କରି ଅଟକ ରଖି ଟଙ୍କା କେଉଁଠି ରଖିଛ ଧମକାଉଥିଲେ । ସେମାନଙ୍କୁ ଭୟଭୀତ କରି ଆଲମିରାର ଚାବି ନେଇ ୪୦,୦୦୦ ଟଙ୍କା ଏବଂ ଆନୁମାନିକ ୫ଲକ୍ଷ ଟଙ୍କାର ଗହଣା ପତ୍ର ଲୁଟି ନେଇଥିଲେ ।ଘରର ସିସିକେମେରାର ହାର୍ଡ ଡିସ୍କ ନେଇଯାଇଥିଲେ ।ଘରେ ଶୋଇଥିବା ଅନ୍ୟମାନଙ୍କ କୋଠରୀକୁ ବାହାର ପଟୁ ବନ୍ଦ କରି ଦେଇଥିଲେ । ଘର ଓ ଗେଟ୍ ଚାବିକାଠି ନେଇ ଗେଟ୍ ଖୋଲି ପଳାଇଥିଲେ । ଘର ମାଲିକ ରାତି ୩ ଠାରେ ଟାଉନ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି,ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ଲାଗେ,ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାରେ ପହଞ୍ଚି ଛାନଭିନ କରୁଛନ୍ତି ।ତଦନ୍ତ ସମୟରେ ପୋଲିସ ଏକ ପିସ୍ତଲ ପାଇଥିଲେ । ପୋଲିସ ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଘାଟି ରେ ପେଟ୍ରୋଲ ଟ୍ୟାଙ୍କର ଓଲଟିବା ଘଟଣା,୧୦ ଘଣ୍ଟା ପରେ ବିଳମ୍ବିତ ରାତିରେ ସ୍ୱାଭାବିକ ହେଲା ଯାତାୟତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତି

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

Sunil Chandra Nayak

Leave a Comment

error: Content is protected !!