ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

ନବରଙ୍ଗପୁର ତା ୨୨.୦୮. ୨୦୨୧(ମସୀହା) :ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ରେ ପଚିଶ ଜଣ ସଭ୍ୟ ସଭ୍ୟା ଙ୍କୁ ନେଇ ଆଶ୍ରୟ ସ୍ଥଳୀ ର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ଯ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ପାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖିବେ ଉପସ୍ଥିତ ଥିବା ସଭ୍ଯ ମାନଙ୍କୁ ବୁଝାଇଥିଲେ। ପାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ନିଜେ ସଚେତନ ରହିବା ସହିତ ଅନ୍ୟ ଙ୍କୁ ସଚେତନ କରିବା ଦ୍ୱାରା ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ବୋଲି ପ୍ରକାଶ କରିଥିଲେ। ବାତ୍ୟା ବନ୍ୟା ତଥା ବିପର୍ଯ୍ୟୟ ଆସିବା ପୂର୍ବରୁ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁ ପକ୍ଷୀ ଯଥା ଜୀବନ ଜୀବିକା କିପରି ସୁରକ୍ଷିତ ହୋଇପାରିବ ସେଥିପାଇଁ ପାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଗଂଜାମ ଜିଲ୍ଲାରୁ ଆସିଥିବା ଦୁଇ ଜଣ ପ୍ରଶିକ୍ଷକ ତ୍ରିଲୋଚନ ପ୍ରଧାନ ଏବଂ ଅଶୋକ ରାଉଳ ଏହି କାର୍ଯ୍ୟକ୍ରମରେ ଅନ୍ୟମାନ ଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୌର ଅଧକ୍ଷ କୁନୁ ନାୟକ, ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଏବଂ ପୌରାଞ୍ଚଳର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ପ୍ରକଳ୍ପ ପ୍ରଶାସକ, ଜନଜାତି ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ତହସିଲଦାର ରବିନ୍ଦ୍ର କୁମାର ରାଉତ,ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ,ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ଆଶ୍ରୟସ୍ଥଳୀ ର ସମ୍ପାଦକ ତଥା ନୋଡାଲ ଅଫିସର ରାମଶଙ୍କର ଦାସ, ହର୍ଷା ଟ୍ରଷ୍ଟର ଦିବ୍ୟସିଂହ ପ୍ରଧାନ,ମନୀଷା ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଉଭୟ ପକ୍ଷରୁ ୨ ଟି ମାମଲା ରୁଜୁ

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ମୁଠାଏ ସପନ 

Sunil Chandra Nayak

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!