ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

 

     ଯେଉଁ ଧର୍ମରେ କୌଣସି କପଟ ନଥାଏ ସେପରି ନିଷ୍କପଟ ଧର୍ମଚର୍ଚ୍ଚା ଶ୍ରୀମଦ୍ ଭାଗବତର ମୁଖ୍ୟ ବିଷୟ । ଭାଗବତର ମୁଖ୍ୟ ବିଷୟ ହେଉଛି ନିଷ୍କାମ ଭକ୍ତି । ଭୋଗ ଇଚ୍ଛା ନଥିଲେ ତାହାକୁ ନିଷ୍କାମ ଭକ୍ତି କୁହାଯାଏ । ଭଗବାନଙ୍କ ପ୍ରତି ଭକ୍ତି କରାଯାଇଥାଏ । ଭକ୍ତିର ଫଳ ଭଗବାନ ହୋଇଥାନ୍ତି, ସଂସାର ସୁଖ ନୁହେଁ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ସୁଖ ପ୍ରାପ୍ତ କରିଥିଲେ, ଦ୍ବାରିକାରେ ରାଜପଦ ପାଇ ମଧ୍ୟ ସେଭଳି ସୁଖ ମିଳିନଥିବା ଭଗବାନ ଶ୍ରୀକୃଷ୍ଣ କହିଥିଲେ ।

    ଭାଗବତରେ ବର୍ଣ୍ଣନା ରହିଛି, ଥରେ ଶୌନକ ମହୋଦୟ ପଚାରିଲେ- ମହର୍ଷି ବ୍ଯାସଦେବ ଭାଗବତ ରଚନା କଲେ ଏବଂ ଏହାର ପ୍ରଚାର କଲେ । ସୁତ ମୁନି କହିଲେ- ବ୍ଯାସଦେବ ଏହି କଥା ଶୁକଦେବଙ୍କୁ ଶୁଣାଇଥିଲେ । ଶୁକଦେବ ଜଣେ ସୁପୁତ୍ର ଥିଲେ । ଶୁକଦେବ କେବଳ ବ୍ରହ୍ମଜ୍ଞାନୀ ନୁହନ୍ତି ବ୍ରହ୍ମଦ୍ରଷ୍ଟା ମଧ୍ୟ ଥିଲେ ।

      ଥରେ ଜନକ ଦରବାରରେ ଶୁକଦେବ ଏବଂ ନାରଦ ମୁନି ପହଂଚିଲେ । ଦୁଇଜଣ ମହାପୁରୁଷ ଥିଲେ । ମାତ୍ର ଦୁହିଁଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଥିଲେ ? ଜନକ ରାଜା ସମାଧାନ କରିପାରିଲେ ନାହିଁ । ପରୀକ୍ଷା ବିନା ନିଷ୍ପତ୍ତି କଷ୍ଟକର ଥିଲା । ଜନକଙ୍କ ରାଣୀ ସୁନୟନା ନିଷ୍ପତ୍ତି ନେଲେ ଯେ ମୁଁ ଏ ଦୁହିଁଙ୍କ ପରୀକ୍ଷା ନେବି । ଦୁହିଁଙ୍କୁ ରାଣୀ ନିଜ ଘରକୁ ଡାକିଲେ ଏବଂ ଝୁଲା ଉପରେ ବସାଇଦେଲେ । ଏହାପରେ ସୁନୟନା ଦେବୀ ଶୃଙ୍ଗାର କରି ସଜବାଜ ହୋଇ ଆସିଲେ । ଏହାପରେ ଦୁହିଁଙ୍କ ମଝିରେ ସେହି ଝୁଲା ମଧ୍ୟରେ ବସିପଡିଲେ । ନାରଦ ମୁନି ସଂକୋଚ ଅନୁଭବ କଲେ । ଭାବିଲେ, ମୁଁ ଆଜୀବନ ବ୍ରହ୍ମଚର୍ଯ୍ୟ ଧାରଣ କରିଛି । ସ୍ତ୍ରୀଙ୍କୁ ସ୍ପର୍ଶ କରିବା ଦ୍ବାରା ମୋ ମନରେ ବିକାର ଉତ୍ପନ୍ନ ହୋଇପାରେ । ଏହା ଭାବି ସେ ଦୂରକୁ ଚାଲିଗଲେ । କିନ୍ତୁ ଶୁକଦେବ ପୂର୍ବପରି ବସିରହିଲେ । ତାଙ୍କ ପାଖରେ ଜଣେ କେହି ସ୍ତ୍ରୀ ବସିଥିବାର ସେ ଅନୁଭବ କରିପାରୁ ନଥିଲେ । କାରଣ ବସିଥିବା ସମୟରେ ସେ ଈଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ଥିଲେ । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ତାଙ୍କ ମନରେ ନଥିଲା । ତେଣୁ ତାଙ୍କ ମନରେ ବିକାର ଉତ୍ପନ୍ନ ହେବାର ପ୍ରଶ୍ନ ହିଁ ଉଠୁନଥିଲା । ଏହାପରେ ରାଣୀ ସୁନୟନା ନିଷ୍ପତ୍ତି ନେଲେ ଯେ ଦୁହିଁଙ୍କ ମଧ୍ୟରେ ଶୁକଦେବ ହିଁ ଶ୍ରେଷ୍ଠ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

Leave a Comment

error: Content is protected !!