ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଚଳିତ ମାସ ଆସନ୍ତା ୧୬ତାରିଖରେ ହେବାକୁ ଥିବା ନବମ ପ୍ରତିଷ୍ଠା ଦିବସ ତଥା ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ମଂଚର ଉପସଭାପତି ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ବରେ ଏହି ପ୍ରସ୍ତୁତି ବୈଠକରେ ହେବାକୁ ଥିବା ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ପାଇଁ ବିଚାର ବିମର୍ଶ କରାଯାଇଥିଲା। ଆସନ୍ତା ୧୬ତାରିଖ ବୁଧବାର ଦିନ ପୂର୍ବାହ୍ନ ୧୦ଘଟିକା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟ ଅତିଥି ଓ ଶ୍ରମିକ ନେତା ତଥା କମ୍ରେଡ ବିଷ୍ଣୁ ମହାନ୍ତି ମୁଖ୍ୟ ବକ୍ତା ରୂପେ ଯୋଗଦେବେ ବୋଲି ସ୍ଥିର କରାଯାଇଥିଲା। ଉକ୍ତ ଦିନ ସହରର ବିକାଶ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ସଂକଳ୍ପ ନିଆଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ତାଳଚେର ବିମଳାଗଡ ରେଳପଥ,ରାଉରକେଲାରେ ରେଲୱେ ଡିଭିଜନ, ୪ସି ବିମାନ ବନ୍ଦର, ସୁପର ସ୍ପେସାଲିଷ୍ଟ ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ତଥା ସହରର ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମଂଚର ସାଧାରଣ ସଂପାଦକ ପି.ପି.ରାୟ,ଡାକ୍ତର ବସନ୍ତ କୁମାର ଦାସ, ଉପେନ୍ଦ୍ର କୁମାର ନାୟକ, ବିଜୟ କୁମାର ବରାଳ, ଅକ୍ଷୟ ଜେନା, ରମେଶ ଚନ୍ଦ୍ର ସେଠୀ, କୁଞ୍ଜବିହାରୀ ରାଉତ, ହରିହର ବେହେରା, ଭରତଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀରାୟ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭୂଆଁ ବିରାଡିର ହଟହଟା

Sunil Chandra Nayak

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!