ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

ରୁପ୍ରା, ୧୧/୩ : ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନର୍ଲାବ୍ଲକର ୨୬ ଟି ଗ୍ରାମ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ୱାର୍ଡ୍ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ନିର୍ବାଚିତ ହୋଇଥିବା ପ୍ରାର୍ଥି ମାନଙ୍କ ନାମ ନିର୍ବାଚନ ଅଧିକାରୀ ଘୋଷଣା କରି ସାରିଥିବା ବେଳେ ଆଜି ସମସ୍ତ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ନର୍ଲା ବ୍ଲକ୍ ଅଧିନ କିଛି ଗ୍ରାମ ପଞ୍ଚାୟତରେ ଅପ୍ରତିଦ୍ୱନ୍ଦୀ ଭାବେ ନାଏବ ସରପଞ୍ଚ ଚୟନ କରାଯାଇଥିବା ବେଳେ କିଛି ପଞ୍ଚାୟତରେ ନାଏବ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିବା ଜଣାପଡିଛି । ରୁପ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଡଲି ବେହେରା ନିର୍ବାଚିତ ହୋଇଥିବା ବେଳେ ନାଏବ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିଲା । ପାଞ୍ଚ ନମ୍ୱର୍ ୱାର୍ଡ୍ ସଭ୍ୟ ଚନ୍ଦ୍ରମଣି ଗୌଡ ଓ ଦୁଇ ନମ୍ୱର ୱାର୍ଡ୍ ସଭ୍ୟା ପ୍ରମିଳା ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା, ଚନ୍ଦ୍ରମଣି ଗୌଡ ୮ ଟି ୱାର୍ଡ୍ ସଭ୍ୟଙ୍କ ଭୋଟ୍ ପାଇ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ଘୋଷିତ ହୋଇଥିଲେ, ପ୍ରମିଳା ୪ ଟି ୱାର୍ଡ୍ ସଭ୍ୟଙ୍କ ଭୋଟ୍ ପାଇ ପରାଜିତ ହୋଇଥିଲେ ।

ସେହିପରି ମୁସ୍କୁଟି ଗ୍ରାମ ପଞ୍ଚାୟତରେ ନାଏବ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଭୋଟରେ ପ୍ରେମାନନ୍ଦ ସାହୁ ୯ ଟି ୱାର୍ଡ୍ ସଭ୍ୟଙ୍କ ଭୋଟ୍ ପାଇ ନିର୍ବାଚିତ ଘୋଷିତ ହୋଇଥିବା ବେଳେ ହେମନ୍ତ ସା ୪ ଟି ଭୋଟ୍ ପାଇ ପରାଜିତ ହୋଇଥିଲେ । ଭୀମକେଲା ଗ୍ରାମ ପଞ୍ଚାୟତରେ ଜୈକିଶନ ସୂନା ୮ ଟି ଭୋଟ୍ ପାଇ ବିଜୟୀ ଘୋଷିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ୬ ଟି ଭୋଟ୍ ପାଇ ପରାଜିତ ହୋଇଥିବା ଜଣାପଡିଛି । ସେହିପରି ଅପ୍ରତିଦ୍ୱନ୍ଦୀ ଭାବରେ ଗିଗିନା ଗ୍ରାମ ପଞ୍ଚାୟତରେ ଦିଲ୍ଲିପ ହରପାଲ, ଟକର୍ଲାରେ ବିଶାଖା ପାତ୍ର, ପଲମରେ ନମୀତା ସାହୁ, ଘୋଡାବନ୍ଧରେ ତୋଫାନ ହାତୀ, ଭାନପୁରରେ ରଞ୍ଜିତା ମାଝୀ ଓ କର୍ମେଗାଁ ପଞ୍ଚାୟତରେ ତୁଲସା ନାଏକ ପ୍ରମୁଖ ନିର୍ବାଚିତ ଘୋଷିତ ହୋଇଥିବା ବେସରକାରୀ ସୁତ୍ରରୁ ଜଣାପଡିଛି ।

ରୁପ୍ରା ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଡଲି ବେହେରା ଓ ସମସ୍ତ ୱାର୍ଡ୍ ସଭ୍ୟ/ସଭ୍ୟା ମାନଙ୍କୁ ପଞ୍ଚାୟତ ତରଫରୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିବା ବେଳେ ଆଜି ନିର୍ବାଚିତ ହୋଇଥିବା ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡଙ୍କୁ ନିଜ ବାସଭବନରେ ପରିବାରବର୍ଗ ଓ ପଡୋଶୀଙ୍କ ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଛି ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ମମତା ସାହୁ ଙ୍କ କବିତା ଦର ପୋଡ଼ା ହୃଦୟ

ଖଡ଼ିଆଳରେ ଜାନ ର ଜରୁରୀ ବୈଠକ: ଜାନ ସଭାପତିଙ୍କ ବହିଷ୍କାର ପ୍ରସ୍ତାବ ଗୃହିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Leave a Comment

error: Content is protected !!