ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୀବନ

 ଜୀବନ

ଜୀବନ ଯୁଦ୍ଧରେ ବିଜୟ କରିବ
ହିଂସା କ୍ରୋଧ ଦୂର କର
ଅସହ୍ୟ ଯନ୍ତ୍ରଣା ବାରମ୍ବାର ଆସି
ଉଭା ହେବ ସମ୍ମୁଖର
ଧର୍ଯ୍ୟ ବନ୍ଧ ବାନ୍ଧି ଚାଲିବାକୁ ହେବ
ସାହାସ ଅଟଇ ମନ
କାଳରାତ୍ରୀ ପରେ ପ୍ରଭାତ ହୋଇବ
ଅପେକ୍ଷା ରତ ଜୀବନ
କୁଟୀର ଖଣ୍ଡିକ ସଜାଡ଼ିବା ପାଇଁ
କୁଟା ନଡ଼ା ହୁଏ ଲୋଡା
ଦୁଆର କିଳିଣି ବାଉଁଶ ହୁଅଇ
କବାଟ ତାଟି ବରଡା
ସଂସାର ଖଣ୍ଡିକ ସଜାଡ଼ିବା ଲାଗି
ମମତା ଓ ସ୍ନେହ ପ୍ରେମ
ଚିନ୍ତା ଚେତନାକୁ ସଜାଡ଼ିବା ପାଇଁ
ଲୋଡା ହୁଏ ଗୁରୁ ନାମ
ପରିବେଶ ଆମ ସଜାଡ଼ି ହୁଅଇ
ଥିଲେ ପରିବାର ଶିକ୍ଷା
ଜୀବନର ଝଡ଼ ଏକତା ବଳରେ
ବିପଦରୁ କରେ ରକ୍ଷା
ସଙ୍କଟ ପଡ଼ିଲେ ଦୁଃସହ ଜୀବନେ
ମାଆର ମମତା ଲୋଡା
ପିତା ମାତାଙ୍କର ଆଶୀର୍ବାଦ ଥିଲେ
ଜୀବନ ହୁଅଇ ଗଢା
ଗୁରୁଜନ ସେବା କରୁଥିଲେ ନିତି
ମିଳେ ମୁକତି ଆଶିଷ
ଆସିଥିଲେ ଏକା ଫେରିଯିବା ଏକା
ଜୀବନ ଯୁଦ୍ଧରେ ଶେଷ
ଏହାର ନାମ ଜୀବନ
ସବୁ ମିଥ୍ୟା ଏକା ରାମ ନାମ ସତ୍ୟ
ଥରଟେ ସ୍ମରରେ ମନ
ଜୀବନ ହୋଇବ ଧନ୍ୟ
ଜୀବନ ହୋଇବ ଧନ୍ୟ

ବିଳାସିନୀ ପୃଷ୍ଟି

 ଭୁବନ, ଢ଼େଙ୍କାନାଳ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶ୍ରମିକ ଦିବସ

ଥୁଆମୂଳ ରାମପୁର ଠାରେ ଦିନିକିଆ ବୈଠକରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଆନୁଷ୍ଠାନିକ ଭାବେ ନୂଆପଡ଼ା ଜିଲ୍ଲାରେ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!