ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିଶ୍ରୀ ନିକୁଞ୍ଜ କୁମାର ଘୋଷ ଙ୍କ କବିତା ମୁଁ ଠିକ୍ ଦେଖୁଛି 

ମୁଁ ଠିକ୍ ଦେଖୁଛି 

ଦେଖୁଛି …………
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ନିମ୍ବ କହେ ମୋ ପତ୍ର ମିଠା ଲାଗୁଛି 
ଡାଳଚିନି କାଠ କାମରେ ମୁଁ ଲାଗୁଛି 
ଚୌରା ମଝିରେ ଶୋଭା ତ ପାଉଛି 
ବିଲେଇ ପରି ସେ କ୍ଷୀର ପିଉଛ
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି………….
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ଗାଈ ବାଛୁରୀଠୁ କ୍ଷୀର ପିଉଛି 
ବୋଲାଏ ଜଗତକୁ ମୁଁ ପାଳୁଛି 
ଗୋବର ମୋ ଚନ୍ଦନ କାମରେ ଲାଗୁଛି 
ବିଲେଇ ପରି ସେ କ୍ଷୀର ପିଉଛ 
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି………..
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ବାରଦର ହାତ ରୁଦ୍ରାକ୍ଷ ଗଣୁଛି 
ଭୁଲ ଶାସନରେ ନୀରିହକୁ ବଳି ଦେଉଛି 
ଦୁର୍ନୀତି କହି ବାମ ହାତ ଠାର ଦେଉଛି 
ବିଲେଇ ପରି ସେ କ୍ଷୀର ପିଉଛ
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି………….
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ଅଶ୍ରୁଭରା କିଶୋରୀ ପିଠି ଆଉଁସି ଦେଉଛି 
ଫଟା ଶାଢୀକୁ ତା’ ଢାଙ୍କି ଦେଉଛି 
ଶୋଷକ ହୋଇ କଟା ଘା’ରେ ପଟି ବାନ୍ଧୁଛି 
ବିଲେଇ ପରି ସେ କ୍ଷୀର ପିଉଛ 
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି…………..
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ରାଜନୀତିରେ ମୁରୁଖଙ୍କ ଭିଡ ଲାଗିଛି 
ସଭିଙ୍କୁ ନିଜେ ନେତା ବୋଲାଉଛି 
ଦାତା ନାମେ ନିଆ ଚାଲିଛି 
ବିଲେଇ ପରି ସେ କ୍ଷୀର ପିଉଛ 
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି…………..
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ଗ୍ରାମ ସୁକରୀ ବି ଗାଈ ବୋଲାଉଛି 
ତା’କ୍ଷୀର ଜଗତେ ଜୀବନ ଧରିଛି 
କସ୍ତୁରୀ ମୃଗ ପରି ତା’ଦେହ ବାସୁଛି 
ବିଲେଇ ପରି ସେ କ୍ଷୀର ପିଉଛ 
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି………..
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ଚିଙ୍ଗୁଡି କହେ ରକ୍ତ ମୋ ତାତି ଯାଉଛି 
ଗାଡିଆ ନୁହେଁ ଉଆସରେ ମୁଁ ରହୁଛି 
ଭାକୁଡର ସାଥେ ସମୁଦୀ କରିଛି 
ବିଲେଇ ପରି ସେ କ୍ଷୀର ପିଉଛ
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।
ଦେଖୁଛି………..
ଏଠି ସତ କମ୍ ମିଛର ରାଜୁତି ଚାଲିଛି 
ମଧୁମକ୍ଷି ବସି କାନ୍ଦୁଛି 
ଫୁଲରୁ ଗରଳ ବହୁଛି 
ଝଡା ଫୁଲ ଉପରକୁ ଉଠି ଯାଉଛି 
ବିଲେଇ ପରି ସେ କ୍ଷୀର ପିଉଛ 
……….ମୁଁ ତାକୁ ଠିକ୍ ଦେଖୁଛି 
ଜଗତେ ବାହାବା ନେଉଛି ।

    କବିଶ୍ରୀ ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର ,ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର,
 ଜିଲ୍ଲା-ବାଲେଶ୍ବର ,ଓଡିଶା ।ପିନ୍-756032 .

Related posts

ତାରାମଣୀ ମାଝୀ ଙ୍କୁ ନ୍ଯାୟ ନ୍ୟୟ ମିଳିବ କେବେ , ୧୧ମାସ ର ଶିଶୁ କନ୍ୟା କୁ ନେଇ ପ୍ରଶାସନ ର ଦ୍ବାରସ୍ଥ

Sunil Chandra Nayak

ମ. ରାମପୁର କୃଷକ ଓଡିଶା ର କର୍ମଶାଳା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ନୂଆଖାଇ ହସୁଛି

Sunil Chandra Nayak

Leave a Comment

error: Content is protected !!