ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦୁର୍ବଳ ହେଲାଣି ଶରୀର ମୋହର
        କିଏବା ଦେବ ଶକତି
ଏକା ତୁମେ ପ୍ରଭୁ ମୋ ପାଇଁ ଭରସା 
   ବାଢୁଛି ମୋର ଭକତି।
ତୁମ ଆଶା ଚଳେ ଭଲମନ୍ଦ କଥା
         କିଏ ବୁଝିବ ଖବର
ତୁମ ନାମ ଧରି ଚାଲୁ ଯେତେ ଦିନ
       ଭରସା ମୋର ଈଶ୍ୱର।
ଦୁଃଖ ର ସଂସାର ତୁମରି ଆଗରେ
       ଦେଖି ପାର ସବୁ କିଛି
ଦେଉଳ ଚୂଳରେ ବାନା ଉଡୁ ଅଛି
   ଭକ୍ତ ଦୁଃଖ ନିଏ ପୋଛି।
ପାଦୁକା ତା ପାଇଁ ପବିତ୍ର ସଂସ୍କାର
     ଭଜନ ଭକ୍ତି ଈଶ୍ୱର
ସଂଗୀତ କୀର୍ତ୍ତନ କାନକୁ ଶୁଦ୍ଧତା
     କଣ୍ଠ ଦିଅ ମୋ ମଧୁର।
ଭାବରେ ଗାଇବି ଭାବରେ ଭଜିବି
   ଭକ୍ତିରେ ଯାଉଛି ମିଶି
ସୁଖ ଶାନ୍ତି ଦିଅ ଧରଣୀ ବାସୀଙ୍କୁ
     ଜଗତ ଉଠିବ ହସି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

Sunil Chandra Nayak

ବରିଷ୍ଠ କଳାକାର ସଂଘ ତରଫରୁ ଗୁରୁ ଦିବସ ପାଳିତ

Sunil Chandra Nayak

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

Leave a Comment

error: Content is protected !!