ଭାଇରାଲ ହେଲା ପିଇଓ ଙ୍କ ପିଶି ଭାଗ ବଣ୍ଟା ଭିଡ଼ିଓ
ଭାଇରାଲ ଭିଡିଓ ରେ ପିଇଓ ଙ୍କ ବଡ ଖୁଲାସା ଦୁଇ ଲକ୍ଷ ର କାମ ରେ ବାବୁ ଙ୍କ ଭାଗ ୪୩ ହଜାର
ଅଭିଯୋଗ କୁ ବିଡିଓ ଙ୍କ ଖଣ୍ଡନ
ନିଆଯିବ କି ବିଭାଗୀୟ କାର୍ଯ୍ୟନୁଷ୍ଠାନ ?
ଧର୍ମଗଡ:୩୧/୫/୨୨: ଗତ କିଛି ଦିନ ହେବ ପିସି ଭାଗ ବଣ୍ଟା କୁ ନେଇ ଏକ ଭିଡ଼ିଓ ହ୍ୱାଟ୍ସ ଆପ ଓ ଫେସବୁକ୍ ଭଳି ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହେଉଥିବା ବେଳେ ଏହା ଅଞ୍ଚଳ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ଭିଡିଓ ରେ ଉନ୍ନୟନ କାମ ରେ ବାବୁ ଙ୍କ ଭାଗ ୪୩ ହଜାର ବୋଲି ପିଇଓ ହିସାବ ରଖୁଛନ୍ତି । ତେବେ ପିସି ବଣ୍ଟନ ରେ ବିଡିଓ ଙ୍କ ଭାଗ କୁ ଧର୍ମଗଡ ବିଡିଓ ଅସ୍ୱୀକାର କରିଛନ୍ତି ।
ସାମାଜିକ ଗଣ ମାଧ୍ୟମ ରେ ଏ ମୋବାଇଲ ରୁ ସେ ମୋବାଇଲ୍ କୁ ଘୁରି ଘୁରି ବୁଲୁଥିବା ଭିଡ଼ିଓ ରେ ଗୋଟିଏ କାମ ର ବିଲ ୧ ଲକ୍ଷ ୨୫ ହଜାର ଟଙ୍କା ମଧ୍ୟ ରୁ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ପିସି ବଣ୍ଟନ ର ସବିଶେଷ ତଥ୍ୟ ଜଣେ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ) ଜଣେ ବ୍ୟକ୍ତି ଙ୍କୁ ଦେଉଛନ୍ତି । ବିଲ ପରିମାଣ ୧ ଲକ୍ଷ ୨୫ ହଜାର ଟଙ୍କା ରୁ ୪୩ ହଜାର ଟଙ୍କା ପିଶି ରୁ କାହାକୁ କେତେ ଦିଆଯାଇଛି ତାହା ଦେଖିଲେ ଆଖି ଖୋସି ହେଇଯିବ । ଅନୁସନ୍ଧାନ ରୁ ଜଣାଯାଇଛି ଯେ ଧର୍ମଗଡ ବ୍ଲକ ଅନ୍ତର୍ଗତ ଗଡ଼ିଆଯୋର ପଞ୍ଚାୟତ ର ପିପଲା ଗ୍ରାମ ର ଏକ ଡ୍ରେନ ନିର୍ମାଣ କାମ ର ଇଏ ହଉଛି ହିସାବ । ଭିଡ଼ିଓ ରେ ଗଡ଼ିଆ ଯୋର ପିଇଓ ରମେଶ ଚନ୍ଦ୍ର ମେହେର ଦେଉଥିବା ହିସାବ ଅନୁଯାୟୀ ପିଶୀ ରେ ସରପଞ୍ଚ ଙ୍କ ଭାଗ ୧୦ ହଜାର ଟଙ୍କା ହୋଇ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ଙ୍କ ଭାଗ ମଧ୍ୟ ୧୦ ହଜାର, ସହକାରୀ ଯନ୍ତ୍ରୀ ଙ୍କ ଭାଗ ୪ ହଜାର, ବିଡିଓ ଙ୍କ ଭାଗ ୪ ହଜାର, ସିପିଟି ଙ୍କ ଭାଗ ହଜାରେ, ଅଡିଟ ପାଇଁ ୪ ହଜାର ଏବଂ ତାଙ୍କ ନିଜ ଭାଗ (ପିଇଓ) ଙ୍କ ଭାଗ ୧୦ ହଜାର କହିଛନ୍ତି, ଖାଲି ସେତିକି ନୁହେ ସେ କାମ ଦେଇଥିବାରୁ ଅତିରିକ୍ତ ୭ ହଜାର ଟଙ୍କା କାଟି ରଖୁଥିବା କହୁଛନ୍ତି ।
ଭାଗ ବଣ୍ଟା କୁ ନେଇ ଭିଡ଼ିଓ ରେ ସଂପୃକ୍ତ ପିଇଓ କହୁଥିବା କଥା ଯଦି ସତ୍ୟ ହୋଇ ଥାଏ ତାହା ହେଲେ ଏହା ଅତି ସାଙ୍ଘାତିକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା ରୁ ଏକ ବଡ ଭାଗ ବାଟ ମାରଣା ହେଉଥିବା ଏବଂ ଉନ୍ନୟନ କାର୍ଯ୍ୟ କେଉସ୍ଥର ର ହେଉଛି ତାହା ସହଜ ରେ ଅନୁମେୟ । ଏ ସମ୍ପର୍କ ରେ ସମ୍ପୃକ୍ତ ପିଇଓ ଙ୍କୁ ପ୍ରତିକ୍ରିୟା ପାଇଁ ଯୋଗା ଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ହେଁ ସେ ଫୋନ ନ ଉଠାଇଵାରୁ ଯୋଗା ଯୋଗ ହୋଇ ପାରି ନଥିଲା । ସରପଞ୍ଚ ଉଦିତ ନାଏକ ଙ୍କୁ ଯୋଗା ଯୋଗ କରିବାରୁ ଏହି କାମ ତାଙ୍କ ସମୟ ର ନୁହେଁ ପୂର୍ବ ସରପଞ୍ଚ ଙ୍କ ସମୟ ର ବୋଲି କହିଥିଲେ । ଧର୍ମଗଡ ବିଡିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ପିସି ନେବା ଘଟଣା କୁ ଅସ୍ୱୀକାର କରିବା ସହ ସେ ଏହି ଭିଡ଼ିଓ ଦେଖି ନାହାନ୍ତି ବୋଲି କହିବା ସହ ଏହା ଉପରେ ତଦନ୍ତ କରିବେ ବୋଲି କହିଥିଲେ । ତେବେ ଶୁଣା ଯାଉଥିବା ସୂଚନା ଅନୁଯାୟୀ ବିଡିଓ ଶ୍ରୀ ସେଠୀ ସଂପୃକ୍ତ ପିଇଓ ଙ୍କୁ ଅଫିସ କୁ ଡାକି କୁଆଡେ ତୀବ୍ର ଭର୍ସନା କରିଛନ୍ତି । ଜିଲ୍ଲା ପ୍ରଶାସନ ଭିଡିଓ ଟିର ସତ୍ୟତା ପରୀକ୍ଷା କରି ପିସି କାରବାର ରେ ସାମିଲ ଥିବା ସମସ୍ତ ଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।ସୂଚନାଯୋଗ୍ୟ ଯେ, ଉକ୍ତ ପିଇଓ କୋକସରା ବ୍ଲକ ରେ ଅବସ୍ଥାପିତ ଥିବା ବେଳେ ତାଙ୍କ ବିରୁଦ୍ଧରେ ବହୁ ଅନିୟମିତତା ଅଭିଯୋଗ ହେବାରୁ ତାଙ୍କୁ ଧର୍ମଗଡ଼ ବ୍ଲକ କୁ ବଦଳି କରାଯାଇଥିଲା। ଦୁଇ ଲକ୍ଷ ଟଙ୍କାର କାମରେ ଯଦି ୪୩ ହଜାର ଟଙ୍କା ପିସି ନିଆଯାଉଛି ତେବେ ସମଗ୍ର ବ୍ଲକ ଅଞ୍ଚଳରେ ହେଉଥିବା କୋଟି କୋଟି ଟଙ୍କା କାମରେ କେତେ ଟଙ୍କାର ପିସି ନିଆ ଯାଉଛି ଏହା ତଦନ୍ତ ସାପେକ୍ଷ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।