ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା: ବିଇଓଙ୍କ ଅବସର ଗ୍ରହଣ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ହୃଷିକେଶ ଗହୀର ମଙ୍ଗଳ ବାର ଚାକିରି ରୁ ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏବିଇଓ ସହଦେବ ସୁନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସିଆରସିସି ମଧୁସୂଦନ ଧରୁଆ, ଅନ୍ତର୍ଯ୍ୟାମୀ ମଲ୍ଲିକ, ପ୍ରଶାନ୍ତ ମିଶ୍ର, ସଞ୍ଜୟ ଦାସ, ହେମନ୍ତ କୁମାର ନାଏକ, ଗୋପମଣି ସାହୁ, ରୋହିତ କୁମାର ରଣା, ବିଭୂତି ଭୂଷଣ ସେଠ୍, ପ୍ରଶନ୍ନ ସାହୁ, ଦୁର୍ଗା ପ୍ରସାଦ ସାହୁ, ମକରଧ୍ଵଜ ବାଗ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l ପରେ ତେରେସିଂହା ହାଇସ୍କୁଲରେ ମଧ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀର, ଅଶୋକ କୁମାର ତ୍ରିପାଠୀ, ପଙ୍କଜ ବାରିକ, ନୀଳମଣି ଗହୀରଙ୍କ ସମେତ ସ୍କୁଲ୍ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ଗହୀର ଆଜ୍ଞାଙ୍କୁ ତାଙ୍କ ଗ୍ରାମ କୁନ୍ଦେଇପାଲି ବାସଭବନକୁ ନେଇ ଯାଇଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରଥ ପଥ ଭକ୍ତ ଏକାକାର ….

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

Sunil Chandra Nayak

Leave a Comment

error: Content is protected !!