ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ତଥା ଧର୍ମପରାୟଣ ଅଜୟ ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର :ଭୂବନେଶ୍ବର ନୀଳାଦ୍ରି ବିହାର ଅଂଚଳର ବିଶିଷ୍ଟ ସମାଜସେବୀ ଅଜୟ ମହାନ୍ତି (୬୨)ଙ୍କ ଏକାଦଶାହରେ ବହୁମାନ୍ଯଗଣ୍ଯ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୁମ୍ବିନୀ ହୋଟେଲରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଜୟ ମହାନ୍ତି (୬୨) ଜଣେ ଧର୍ମପରାୟଣ, ସ୍ମିତହାସ୍ୟ, ପରୋପକାରୀ, ମିଷ୍ଟଭାଷୀ , ଜଣାଶୁଣା ସମାଜସେବୀ ବ୍ୟକ୍ତି ଥିଲେ ।୬୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ନୀଳାଦ୍ରି ବିହାର,ଶୈଳଶ୍ରୀ ବିହାର ଏବଂ ଭୂବନେଶ୍ବର ଆଖପାଖ ଅଂଚଳର ଜଣେ ଦରଦୀ ବନ୍ଧୁ ଥିଲେ । ଯେକୌଣସି ସମୟରେ ଯେତେବେଳେ ଯିଏ ବି ପହଞ୍ଚୁ ସେ ସାହଯୋଗର ହାତ ବଢାଇଥାନ୍ତି । ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ସେ ଯୋଡ଼ି ହୋଇଥିଲେ । ତାଙ୍କର ଦେହାନ୍ତରେ ଶୋକରେ ଛାୟା ଖେଳିଯାଇଥିଲା ।ଏକ ଅସମୟରେ ତାଙ୍କର ଦେହାନ୍ତ ଅଂଚଳରେ ଶୂନ୍ୟସ୍ଥାନ ଖେଳିଯାଇଛି ।ଅଂଚଳବାସୀ ମର୍ମାହତ ହୋଇଥିଲେ । ସ୍ଥାନୀୟ ଲୁମ୍ବିନୀ ହୋଟେଲରେ ତାଙ୍କ ଏକାଦଶାହରେ ବହୁମାନ୍ଯଗଣ୍ଯ ବ୍ୟକ୍ତି ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ । ଜଗନ୍ନାଥ ମହାପ୍ରଭୁ ତାଙ୍କ ଅମର ଆତ୍ମାର ସ୍ଥିତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ଏକଲ ଅଭିଯାନ ପକ୍ଷରୁ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ବନପାଳଙ୍କ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ, ପ୍ରତିବାଦରେ ଫରେଷ୍ଟ ଅଫିସ ଆଗରେ ଧାରଣା

Sunil Chandra Nayak

ଉପଭୋକ୍ତା ଙ୍କୁ ଆଶ୍ୱସ୍ତି.. ଆଜି ଠାରୁ ହ୍ରାସ ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

Leave a Comment

error: Content is protected !!