ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଓଡିଶା ମାଟିର ସଂଭ୍ରାନ୍ତ ପୁତ୍ର ତଥା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମଂଚର ସଭାପତି ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମଂଚର ଅନ୍ୟ କର୍ମକର୍ତ୍ତାଗଣ ସେକ୍ଟର ୧୪ସ୍ଥିତ ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ତଥା ସଭାପତି ଶ୍ରୀ ପତି ଏହି ଅବସରରେ ଉଦବୋଧନ ଦେଇ କହିଲେ ଯେ ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ପ୍ରକୃତିର ନିଜର ବାସ୍ତବବାଦୀ ଭାବନା ଯୋଗୁଁ ଗଙ୍ଗାଧର ମେହେର ବିଶିଷ୍ଟ କବି ତଥା ସଂଭ୍ରାନ୍ତ ପୁତ୍ର ଯୁଗ ଯୁଗରେ ତାଙ୍କର ଆକର୍ଷଣୀୟ ଏବଂ ଚିତ୍ରଣ ବର୍ଣ୍ଣନା ମାଧ୍ୟମରେ ପାଠକଙ୍କ ମନରେ ଗଭୀର ଆନନ୍ଦ ଏବଂ ଗଭୀର ଭାବନା ସୃଷ୍ଟି କରିଥିଲେ। ଏହା ସହ ତାଙ୍କ ଅମୂଲ୍ୟ ସୃଷ୍ଟି ତପସ୍ବିନୀ,ପ୍ରଣୟ ବଲ୍ଲରୀ, ଇନ୍ଦୁମତି, ରସରତ୍ନାକର,କିଚକବଧ ଆଦି ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯରେ କହିଲେ ଯେ ଗଙ୍ଗାଧର ଙ୍କ ପ୍ରକୃତି ବର୍ଣ୍ଣନା ଓ କଳ୍ପନା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ସେ ତାହା ତାଙ୍କ ଲେଖନୀ ମାଧ୍ୟମରେ ପ୍ରକାଶ କରିଛନ୍ତି। ଯାହା ତାଙ୍କୁ ଚିରଦିନ ଜାଜ୍ଜୁଲ୍ୟମାନ ତାରକା ଭାବେ ମନେରଖିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ପାଇକରାୟ, ଅଭିରାମ ପ୍ରଧାନ,ପ୍ରଫୁଲ୍ଲ ସାମଲ, ପ୍ରଦୀପ ବିଶୋଇ,ସୁଶ୍ରୀ ସୂର୍ଯ୍ୟସ୍ନାତା ପାଇକରାୟ, ପଞ୍ଚାନନ ପାତ୍ର,ମାନସ ପ୍ରୀତମ ରାଉତ, କୁଞ୍ଜବିହାରୀ ରାଉତ,ଗୋପାଳ କଂସାରୀ, ଜଗଦୀଶ ସାହୁ,ବାବାଜି ରାଉତ ଓ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାଧନା ପଣ୍ଡା  ଙ୍କ କବିତା ବ୍ୟଥାର ଯମୁନା ତୀରେ .. !

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

Sunil Chandra Nayak

ରାଷ୍ଟ୍ରୀୟ ଏକତା ଦିବସ ଧର୍ମଗଡ ରେ ରନ ଫର ଇଉନିଟି

Sunil Chandra Nayak

Leave a Comment

error: Content is protected !!