ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କପଡା ଦୋକାନରୁ ଚୋରି 7ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ 

ପାପଡାହାଣ୍ଡି,9/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ମା ଭବାନି କ୍ଲୋଥ ଷ୍ଟୋରରୁ ଚୋରି ଘଟଣାର 7ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଛି | ସେମାନଙ୍କ ମଧ୍ୟରେ 6ଜଣ ନାବାଳକ ଏବଂ ଜଣେ ସାବାଳକ ରହିଛନ୍ତି | ସୂଚନା ମୁତାବକ ଗତ ମେ ମାସ 20ତାରିଖ ରାତିରେ ଉମରକୋଟ ରାସ୍ତାରେ ଥିବା ଅନିଲ ଅଗ୍ରୱାଲଙ୍କ କପଡା ଦୋକାନ ମା ଭବାନୀ କ୍ଲୋଥ ଷ୍ଟୋରରୁ ଚୋରି ହୋଇଥିଲା | ସିସିଟି ଭିରେ କିଛି ଦୃଶ୍ୟ ମଧ୍ୟ କଏଦ ହୋଇଥିଲା | କିନ୍ତୁ ପ୍ରକୃତ ଛବି ଜଣା ପଡୁନଥିଲା | ପୋଲିସ ଉକ୍ତ ଘଟଣାକୁ ତଦନ୍ତ କରି ଗ୍ରାମର 7ଜଣଙ୍କୁ ଧରିଥିଲା | କେସ ନମ୍ବର 77/22ରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା | ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ 40ଟି ପେଣ୍ଟ ଶାର୍ଟ ଜବତ କରିଛି | କେସର ତଦନ୍ତ ଏସଆଇ ଶିବଜି ପଣ୍ଡା କରିଥିଲେ | ଅଭିଯୁକ୍ତ ମାନଙ୍କୁ ଜୁଭେନାଲ କୋର୍ଟ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

କବିତା ସାହୁ  ଙ୍କ କବିତା ଆସିଲାନି ଶୀତ 

Sunil Chandra Nayak

ବର୍ଷ ବର୍ଷ ପରେ ମଧ୍ୟ ସରକାରୀ ଘର ନ ମିଳିବାରୁ ଲଗାଣ ବର୍ଷାରେ ଉଜୁଡି  ଗଲା ଘର

Sunil Chandra Nayak

Leave a Comment

error: Content is protected !!