ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ । ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି । ହରହର ମହାଦେବ ନାରାରେ କମ୍ପିଛି ପରିବେଶ । ତେବେ ମହାପ୍ରଭୁ ଶିବଙ୍କ ଜଳାଭିଷେକ ଲାଗି ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିବା ବେଳେ ଶେଷ ପାଳିରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ଜଳାଭିଷେକ କରିଛନ୍ତି । କାଉଡିଆ ମାନଙ୍କୁ ଉତ୍ସାହିତ କରିବାକୁ ପାହାଳ ଛକ ନିକଟରେ ଜୀ ସାର୍ଥକ ତରଫରୁ ଏକ “ବୋଲ ବମ ସେବା ଶିବିର” ଆୟୋଜିତ ହୋଇଥିଲା । ଯେଉଁ ବୋଲ ବମ ଭକ୍ତ ମାନେ ଜଳାଭିଷେକ କରିବାକୁ ଯାଉଥିଲେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ଜଳ ଓ ସ୍ନାନର ବ୍ୟବସ୍ଥା କରାଯାଇଥିଲା । ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ବି ଆୟୋଜିତ ହୋଇଥିଲା । ସାରେଗାମାପାର କଣ୍ଠଶିଳ୍ପୀ ଏବଂ ଅନ୍ୟ ଭଜନ କଣ୍ଠ ଶିଳ୍ପୀ ମାନେ ଆସି ସଂନ୍ଧ୍ୟାରେ ଶିବଙ୍କ ଭଜନ ପରିବେଷଣ କରିଥିଲେ ।  ଜୀ ସାର୍ଥକ ର ଏହି ଅଭିନବ ପ୍ରୟାସ ରେ ଓଡିଆ ସିନେମା ଓ ଧାରାବାହିକ କଳାକାର କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦେବାଶିଷ, ଦୀପକ, ଲିପ୍ସା ମିଶ୍ର, ଶୁଭାଶିଷ ଶର୍ମା, ଅଙ୍କିତ କୁମାର, ଋଷିକ ମିଶ୍ର, ହିରଣ୍ମୟୀ ଦାସ, ବାଦଲ ମହାନ୍ତି, ଦୀପିକା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସେବା କରିଥିଲେ । ତେବେ ଭକ୍ତଙ୍କ ପାଇଁ ଜୀ ସାର୍ଥକ ତରଫରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

Sunil Chandra Nayak

ସାମ୍ବାଦିକ ଆକ୍ରମଣ ଘଟଣା , ଖଡ଼ିଆଳ ପୋଲିସ ଥାନା ଘେରିଲେ ସାମ୍ବାଦିକ

ଗଣେଶ ଚତୁର୍ଥୀ ଓ ନୁଆଁ ଖାଇରେ ଲୋକପ୍ରିୟ ବିଧାୟକ ଗାଁ ଗାଁ ବୁଲି ଭେଟିଲେ ଛାତ୍ର/ଛାତ୍ରୀ ଓ ଆଦିବାସୀ ପରିବାରକୁ , ସେମାନଙ୍କ ସାଙ୍ଗେ ସାମିଲ୍ ହୋଇ ଆନନ୍ଦ ବିଭୋର ହୋଇ ନାଚିଲେ

Sunil Chandra Nayak

Leave a Comment

error: Content is protected !!