ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଧାବୀ ଛାତ୍ରଛାତ୍ରୀଙ୍କୁ “ଅନୁଧ୍ୟାନ”ପକ୍ଷରୁ ସମ୍ବର୍ଦ୍ଧନା

ଭବାନୀପାଟଣା,୯/୮: ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଧ୍ୟାନ ଖବର କାଗଜ ଓ ଟିଭି ଚ୍ୟାନାଲ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଭବାନୀପାଟଣା ପୋୖରାଧାକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଅଜୟ ମିଶ୍ର ଓ ଆଇନଜୀବି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ଓ କପା ଉତ୍ପାଦନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଜିଲ୍ଳାରୁ ପ୍ରତିବର୍ଷ ଯୁବକ ମାନେ ଆଇଏସ, ଆଇପିଏସ ପାଉଛନ୍ତି। ତେଣୁ ଛାତ୍ରଛାତ୍ରୀ ମାନେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ସ୍ୱପ୍ନକୁ ସଫଳ କରିବାକୁ ଉଦ୍ୟମ କରନ୍ତୁ ଓ କଳାହାଣ୍ଡି ପାଇଁ ଗୌରବ ଆଣନ୍ତୁ ବୋଲି ଅତିଥିମାନେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। କଳାହାଣ୍ଡିର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ବିଶି, ଅଜିତ ସିଂ, ମନୋଜ ନାଏକ, ହେମନ୍ତ ରାୟ ଓ ଯୁବ ସାମ୍ବାଦିକ କିଶନ ଶର୍ମା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଧ୍ୟାନ ଖବର କାଗଜ ର ପଶ୍ଚିମ ଓଡିଶା ବ୍ୟୁରୋ ମୁଖ୍ୟ ରଜନୀ କାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହାଦେବ ଖଣ୍ଡୁଆଲ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଫଳାଫଳ

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ତେରେସିଂହା ବିରାଟ ପର୍ବ ଉଦଯାପିତ

Leave a Comment

error: Content is protected !!