ଡ଼ାବୁଗାଁ, 13/12 (ମ.ନି.ସ.) – ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦମହକୁମା ସ୍ଥିତ ସ୍ଥାନୀୟ ହାଟପଦା ଠାରେ ମଙ୍ଗଳବାର ଖରିଫ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ମଣ୍ଡି ଉଦଘାଟନ ସମୟରେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ , ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ , ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ , ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ଡ଼ାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ଲ୍ୟାମ୍ପସ ଏମ୍ ଡି ଆର ଶଙ୍କର ରାଓ , ଲ୍ୟାମ୍ପ ଡାଇରେକ୍ଟର ସତ୍ୟ ରାଓ , କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ମିଲର୍ସ ଜି. ଗୋପାଳ କୃଷ୍ଣ ରାଓ , ବାବୁଲି ରାଓ , ଟି ମୁରଲୀ , ଜି ପାନ୍ତୁଲୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ଧନସିଂ ଭତ୍ରା , ଜୟନ୍ତ କୁମାର ପାତ୍ରଙ୍କ ସମେତ ଡ଼ାବୁଗାଁ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ । ଯେପରି ମଣ୍ଡିରେ ଚାଷୀ ଙ୍କୁ କୌଣସି ଅସୁବିଧା ନ ହୁଏ ଏନେଇ ବିଧାୟକ ଅର୍ ଏମ୍ ସି ସମ୍ପାଦକ କପିଳେନ୍ଦ୍ର ସାସମଲ ଓ ସ୍ଥାନୀୟ ଏମଡି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସାଧାରଣ ଧାନ 2040 ଟଙ୍କା ଥିବା ବେଳେ କ ଶ୍ରେଣୀର ଧାନ 2060 ଟଙ୍କା ଥିବା ଜଣା ପଡିଛି | ଏହି ମଣ୍ଡିରେ ଧାନର ନିର୍ଦ୍ଧାରିତ ମାନ ବିଷୟରେ ସମସ୍ତ ଚାଷୀଙ୍କୁ ଜଣାଇ ଦିଆଯାଇଥିଲା | ଧାନ ମଣ୍ଡି କୁ ଆଣିବା ସମୟ ସକାଳ ନଅ ଘଣ୍ଟିକା ଠାରୁ ଅପରାହ୍ନ ୨ ଟା ଥିବା ବେଳେ ଧାନ ଚାଷୀ ଧାନ ଅମଳ କରିବା ପରେ ସମ୍ପୃକ୍ତ ଲ୍ୟାମ୍ପସ, ଏସ ଏସ ଜି ଠାରୁ ଧାନ ବିକ୍ରୟ ପାଇଁ ଟୋକନ ପାଇବା ପାଇଁ ସୂଚନା ଦିଆଯାଇଥିଲା | ଡାବୁଗାଁ ବ୍ଲକ ର ମଙ୍ଗଳବାର ଓ ବୁଧବାର ରଖା ଯାଇଥିବା ବେଳେ ଜୁନାପାଣି ରେ ଶୁକ୍ରବାର ଦିନ ଧାନ ମଣ୍ଡି ରଖାଯାଇଛି | ଏହି ଧାନ ମଣ୍ଡି ରେ ମା ତାରାତାରିଣୀ, ମା ତୁଳସୀ, ଓ ମା ଲକ୍ଷ୍ମୀ ୩ ଟି ଏସ ଏଚ ଜି ଙ୍କୁ ସାମିଲ କରାଯାଇଛି |
ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ