ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ୟାମ ଗନ୍ତାୟତ ଦଳ ନବରଙ୍ଗପୁର ସୁବର୍ଣ୍ଣ ଜୟନ୍ତୀ କ୍ରିକେଟ କପ ଚମ୍ପିୟାନ

ନବରଙ୍ଗପୁର–(ମସିହା) ନବରଙ୍ଗପୁର କଲେଜ ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ବିଭିନ୍ନ ପ୍ରତି ଯୋଗୀତା ଅନୁଷ୍ଠିତ ହେଉଛି । ଏହି କ୍ରମରେ କ୍ରିକେଟ ପ୍ରତିଯୋଗୀତାରେ ପୁରାତନ ଛାତ୍ର ମାନଙ୍କ ବିଭିନ୍ନ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ନବରଙ୍ଗପୁର ସୁବର୍ଣ୍ଣ ଜୟନ୍ତୀ କ୍ରିକେଟ କପ ଚମ୍ପିୟାନସିପର ଫାଇନାଲ୍ ମ୍ୟାଚରେ ଶ୍ୟାମ ଗନ୍ତାୟତ ଦଳ ରାମମୁର୍ତ୍ତି ଦଳକୁ ପରାସ୍ତ କରି ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ କ୍ରିକେଟ ଟୁର୍ଣ୍ଣମେଣ୍ଟର ଚମ୍ପିୟାନ ଘୋଷିତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ,ଏହି ଟୁର୍ଣ୍ଣାମେଣ୍ଟରେ ପୁରାତନ ଛାତ୍ର ଶିବ ଗନ୍ତାୟତ, ଆର. ନାରାୟଣ ରାଓ, ରାମ ମୂର୍ତ୍ତି ପଟ୍ଟନାୟକ ଏବଂ ଶ୍ୟାମ ପ୍ରସାଦ ଗନ୍ତାୟତ ନାମରେ ଚାରଟି ଦଳରେ ବିଭକ୍ତ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମୁନା ଖାଁ ଯୋଗ ଦେଇ ଟୁର୍ଣ୍ଣମେଣ୍ଟ କୁ ଉଡଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲା କୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା ସମେତ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଗଣେଶ ଦାସ, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ, କୋଷାଧ୍ୟକ୍ଷ ସ୍ଵର୍ଣଲତା ପଟ୍ଟନାୟକ,କଲେଜ ଅଧ୍ୟକ୍ଷ ଡ ଭାସ୍କର ନାଥ ବିଶ୍ଵାଳ , ସଦସ୍ୟ ଶିବ ଶଙ୍କର ତ୍ରିପାଠୀ, ରାଜ୍ୟ କିରାଣୀ ସଙ୍ଘରସଭାପତି ଵାଲାଜି ସାହୁ ଏବଂ ପ୍ରାକ୍ତନ ଖେଳାଳି ଆର. ନାରାୟଣ ରାଓ, ଶ୍ୟାମ ପ୍ରସାଦ ଗନ୍ତାୟତ, ନରେଶ ନାୟକ, କୈଳାଶ ସୁବୁଦ୍ଧି, ଅଶୋକ ନାୟକ, ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଟୁର୍ଣ୍ଣମେଣ୍ଟକୁ ପରିଚାଳନା ରେ ରମେଶ ସତନାମୀ, ଅମିତ ଡାନିଏଲ, ବାବୁଜି ପଟ୍ଟନାୟକ, ଦବୋଦତ୍ତ ସାହୁ,ବିଜୟ ଏବଂ ଉତ୍ତମ ନାୟକ ପ୍ରମୁଖ ସହଯୋଗ କରିଥିଲେ। ବିଜୟୀ ଦଳକୁ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ କାର୍ଯ୍ୟ କ୍ରମରେ ପୁରସ୍କୃତ କରାଯିବ ବୋଲି ମିଡିଆ କୋଡିନେଟୋର କିଶୋର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ

Related posts

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେଲା ନୂଆ ବିଷୟ

Sunil Chandra Nayak

ଆପର ଜିଲ୍ଲା କର୍ମକର୍ତା ଓ ମିଶ୍ରଣ ପର୍ବ

Leave a Comment

error: Content is protected !!