ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାତି ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ, ଯୁକ୍ତ ୨ ଖୋଲିବାକୁ ଦାବି ଜଣାଇଲେ ଅଞ୍ଚଳବାସୀ

କୋକସରା,୩୧/୧୦-  (ମ ନି ସ) ରାଜ୍ୟସଭା ସାଂସଦ ସୁଜିତ କୁମାର ଶନିବାର କୋକସରା ବ୍ଲକ ଗସ୍ତରେ ଆସିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ କଳାହାଣ୍ଡି ଜିଲ୍ଲାର ଶେଷ ସୀମାରେ ଥିବା ଆମପାଣି ପଞ୍ଚାୟତ ଆମପାଣି ଠାରେ ଥିବା ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଧର୍ମଗଡ ବିଧାୟକ ମୋୖଷଧି ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ୠତୁରାଜ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସାମାଜିକ କର୍ମୀ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସାଂସଦ ଜନଜାତି ବିଦ୍ୟାଳୟରେ ପହଞ୍ଚିବା ପରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସାଂସଦ ସ୍କୁଲର ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ତେବେ ସ୍ଥାନୀୟ ଗ୍ରାମବାସୀ ମାନେ ଯୁକ୍ତ ଦୁଇ ଖୋଲିବା ପାଇଁ ସାଂସଦ ଙ୍କୁ ଅନୁରୋଧ କରିଛନ୍ତି। କାରଣ ଏହି ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଉଚ୍ଚ ଶିକ୍ଷାରୁ ଆଦିବାସୀ ଛାତ୍ରଛାତ୍ରୀ ମାନେ ବଞ୍ଚିତ ରହୁଥିବା ନେଇ ଅଭିଯୋଗ କରିଥିଲେ। ସୁଜିତ କୁମାର ଆଗକୁ ଯୁକ୍ତ ଦୁଇ କଲେଜ ଖୋଲିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Related posts

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କୁ ନେ଼ଇ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!