ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ଳାଷ୍ଟିକ ମୁକ୍ତ ଭାରତ ଏବଂ ଫିଟ୍ ଇଣ୍ତିଆ ଅଭିଯାନ

ଭବାନୀପାଟଣା :୨୪/୧୧ – (ମ.ନି.ସ) :- ପ୍ଲାଷ୍ଟିକ ମୁକ୍ତ ଭାରର ତଥା ଫିଟ୍ ଇଣ୍ଡିଆ ଅଭିଯାନ ସମ୍ବର୍ଦ୍ଧିତ ଏକ ଆଲୋଚନା ଚକ୍ର ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ଯୁରୋ ଭବାନୀପାଟଣା ଆନୁକୂଲ୍ୟରେ କଲମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଠେମରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ଯକ୍ରମକୁ ଭବାନୀପାଟଣା ବ୍ଳକର ଅଧ୍ଯକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ମୁଖ୍ଯ ଅତିଥି ଭାବରେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପରିମଳ ପରାମର୍ଶ ଦାତା ଶ୍ରୀମତୀ ଅନାମିକା ପ୍ରଧାନ, ଶ୍ରୀ ତ୍ରିବିକ୍ରମ ହୋତା, ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ଯକ୍ରମ କୋଡିନେଟର ମାନସ ରଞ୍ଜନ ଦାସ, କଲମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟମଣି ନାୟକ, ସମିତି ସଭ୍ଯା ଶ୍ରୀମତୀ ପୁଷ୍ପା ଶବର ପ୍ରମୁଖ ଯୋଗଦେଇ ପ୍ଳାଷ୍ଟିକ ବ୍ଯବହାରର ଅପକାରିତା ଏବଂ ଏହା ଦ୍ବାରା ଜୀବଜଗତରେ ଏହାର କୁପରିଣତି ଭୋଗୁଛନ୍ତି। ଏହାଦ୍ବାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସୂଚନା ଦେବା ସହିତ ଏହାର ନିରାକରଣ ଏବଂ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଇଥିଲେ। ଭୁବନେଶ୍ୱର ରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ସ୍ବଚ୍ଛତା ସ୍ବଂୟମ ଭିତିକ ନାଚ ଏବଂ ଗୀତ ପରିବେଷଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

କିଶନ ଶର୍ମା, ଭବାନୀ ପାଟଣା 

Related posts

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!