ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

ରାଉରକେଲା/ ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁମିଳନ ଆଲମୁନି ମିଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼ଃ ବିଶ୍ବ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ଅନୁଶ୍ରୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଏକ ସଭା ହୋଇ ଥିବା ବେଳେ ସମସ୍ତ ନିଜ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହୁଥିବା ବେଳେ ପ୍ରତିବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମସ୍ତଙ୍କୁ ଏକ ସମ୍ପର୍କର ଡୋରୀରେ ବାନ୍ଧି ରଖିବା ଆଗାମୀ ଭବିଷ୍ୟତରେ ମଧ୍ୟ ଏହି ସମ୍ପର୍କର ସେତୁ ଯୋଡି ରହୁ ବୋଲି ସଭାରେ ଆଲୋଚନା ହୋଇଥିଲା । ପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହ ପୁର୍ବ କଥାକୁ ମନେ ପକାଇ ଖୁସି ମନାଇବା ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ହାତ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଡଃ ଅଭିରାମ ରାଉତ,ଡଃ କଳାକର ବଳ, ଭୁପେସ ଗିରି, ସରୋଜ ସାହୁ, ଡଃ ଶୁମା ଓମାନସ ସେନ, ଡଃ ନିତିଶ ଚକ୍ରବର୍ତ୍ତୀ, ଡଃ ସଧନା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡକ୍ଟର ବିଶ୍ଵ ରଞ୍ଜନ ବେହେରା, ଡ଼ଃ ପ୍ରଫେସର ଶୁଭଶ୍ରୀ ବେହେରା, ଡଃ ଇତିଶ୍ରୀ ମହାନ୍ତି,ପ୍ରଫେସର ବସନ୍ତ କୁମାର ଦାସ,ଡଃ ପ୍ରକାଶ କୁମାର ପଲେଇ, ଡଃ ଭୁପେନ ଚନ୍ଦ୍ର ବେହେରା, ଡଃ ମନୋଜ କୁମାର ମହାପାତ୍ର, ଡଃ ମନୋଜ କୁମାର ଦଲେଇ, ପ୍ରଫେସର ନିଲୁରାମ ପରିଡା, ପ୍ରଫେସର ସରୋଜିନୀ ନାୟକ ପ୍ରମୁଖ କଲେଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

Leave a Comment

error: Content is protected !!