ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୀତୁଆ ସକାଳ 

ଶୀତୁଆ ସକାଳ 

କାଙ୍ଗାଳୀ ଚରଣ ସେଠୀ

ଶୀତୁଆ ସକାଳେ କଟିକିଆ ବୋହୂ
   କମ୍ବଳକୁ ଟାଣି କହେ
ଆଠଟା ବାଜିଲେ ଉଠେଇବ ମୋତେ
   ମୁଁ ଆଉ ଟିକେ ଶୁଏ।
ରାତି ପାହାନ୍ତିରୁ ଜେଜେମା ଉଠି
    ସକାଳ ସ୍ନାହାନ ସାରି
ଚଉରା ମୂଳରେ ଧୂପ ଦୀପ ଦେଇ
    ବସେ ଭାଗବତ ଧରି ।
ଜେଜେବାପା ଏଣେ ଧୂନୀ ଜାଳୁଥାନ୍ତି
   ଏକେଣିଆ ଦାଣ୍ଡ ଘରେ
ସକାଳୁ ସନିଆ ଧାନ କାଟୁଥାଏ
   ହାଡଭଙ୍ଗା ଶୀତ ଟାରେ ।
ରାତି ନ ପାହୁଣୁ ଝଡ ଦେଖାଦିଏ
   ବଡ ବାପା କପ୍ ପରେ
ଶୀତ ସକାଳରେ ଡରି ମରି ବୋଉ
   ଚା କରେ ରୋଷ ଘରେ।
ଦାଣ୍ଡ ବାରଣ୍ଡାରେ ବଳିଆ କୁକୁର
   ଜାକି ମାଡି ଶୋଇଥାଏ
କାଲୁଆ ପବନ ଦେହରେ ବାଜିଲେ
    କୁଙ୍କୁଟି କାଙ୍କୁଟି ହୁଏ ।
ଘରକୂଅପାଣି ବାମ୍ଫ ଉଠୁଥାଏ
   ବୋଉ ଦେଇଥାଏ କାଢି
ସକାଳ ଗାଧୁଆ ପୂର୍ବରୁ ମୋ ବାପା
   ନିତି କାଟନ୍ତି ଦାଢି ।
ନାନା ଜାତି ଫୁଲ ପନି ପରିବାରେ
   ବାଡି ଘର ଉଠେ ପୁରି
ଶୀତୁଆ ସକାଳ ମନେପଡେ ନାହିଁ
  ପୁଷ ମାଘ ଗଲେ ସରି ।

ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର

Related posts

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଘର ଚା’ରେ ନାହିଁ ମଜା

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

Sunil Chandra Nayak

Leave a Comment

error: Content is protected !!