ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

କିଛି ରହିଗଲା ବାକି 

 

ନଳିନୀ ପ୍ରଭା ମିଶ୍ର

ସରି ତ! ନ ଥିଲା ଆମ ବାର୍ତ୍ତାଳାପ 
   ସମୟ କହିଲା ଡାକି
ଅକୁହା କଥା ମୋ ମନ ତଳେ
  ଚାପି କିଛି ରହିଗଲା ବାକି।
ଭାରି ମୂଲ୍ୟ ବାନ ଆମ ପାଇଁ
 ‌ ଥିଲା ମୂହୁର୍ତ୍ତ ର ଉପସ୍ଥିତ
ଅନେକ ଦିନ ର ଅବ୍ୟକ୍ତ
  ବେଦନା ବିନିମୟେ ହେବ ବ୍ୟକ୍ତ।
ସମୟଟା କିନ୍ତୁ ବଡ଼ ନିଦାରୁଣ
  ଅଟକି ସେ ରହିଲା କି?
ସରି ତ! ନ ଥିଲା———-।
ତୁମେ ଆସିଥିଲ ବହୁ ଦିନ
   ପରେ ପ୍ରତି ଶ୍ରୁତି କରି ରକ୍ଷା
ବିଜନ ବେଳାରେ ଆଙ୍କି ହୋଇଥିଲା
  ଆମରି ମିଳନ ରେଖା।
ଶୁଣାଉ ଥିଲା ସେ ଝାଉଁ ବଣ 
  ସ୍ଵର ବେଳା ଭୂମି ଥିଲା ସାକ୍ଷୀ
ସରି ତ! ନ ଥିଲା———-।
ଅକୁହା କଥାଟା ଏମିତି ଯେ ଏକ
  ସହଜରେ ନୁହେଁ କହି
ମରମ ବେଦନା ମନ ତାଳେ
  ଚାପି ନୀରବରେ ହୂଏ ଦହି।
ବିଦାୟୀ ବେଳାର କରୁଣ ମୂହୁର୍ତ୍ତ
  ମାନସରେ ଯାଏ ଲେଖି
ସରି ତ! ନ ଥିଲା———-।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

ମୃତ ନାବାଳିକା ଛାତ୍ରୀ ଙ୍କୁ ନ୍ୟାୟ ମିଳିବା ନିମନ୍ତେ ଏ ବି ଭି ପି ପକ୍ଷରୁ ଏସ ପି ଅଫିସ ଘେରାଉ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମସୀ

Leave a Comment

error: Content is protected !!