Uncategorizedନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି by Sunil Chandra NayakNovember 27, 2022065 Share0 କିଛି ରହିଗଲା ବାକି ନଳିନୀ ପ୍ରଭା ମିଶ୍ର ସରି ତ! ନ ଥିଲା ଆମ ବାର୍ତ୍ତାଳାପ ସମୟ କହିଲା ଡାକି ଅକୁହା କଥା ମୋ ମନ ତଳେ ଚାପି କିଛି ରହିଗଲା ବାକି। ଭାରି ମୂଲ୍ୟ ବାନ ଆମ ପାଇଁ ଥିଲା ମୂହୁର୍ତ୍ତ ର ଉପସ୍ଥିତ ଅନେକ ଦିନ ର ଅବ୍ୟକ୍ତ ବେଦନା ବିନିମୟେ ହେବ ବ୍ୟକ୍ତ। ସମୟଟା କିନ୍ତୁ ବଡ଼ ନିଦାରୁଣ ଅଟକି ସେ ରହିଲା କି? ସରି ତ! ନ ଥିଲା———-। ତୁମେ ଆସିଥିଲ ବହୁ ଦିନ ପରେ ପ୍ରତି ଶ୍ରୁତି କରି ରକ୍ଷା ବିଜନ ବେଳାରେ ଆଙ୍କି ହୋଇଥିଲା ଆମରି ମିଳନ ରେଖା। ଶୁଣାଉ ଥିଲା ସେ ଝାଉଁ ବଣ ସ୍ଵର ବେଳା ଭୂମି ଥିଲା ସାକ୍ଷୀ ସରି ତ! ନ ଥିଲା———-। ଅକୁହା କଥାଟା ଏମିତି ଯେ ଏକ ସହଜରେ ନୁହେଁ କହି ମରମ ବେଦନା ମନ ତାଳେ ଚାପି ନୀରବରେ ହୂଏ ଦହି। ବିଦାୟୀ ବେଳାର କରୁଣ ମୂହୁର୍ତ୍ତ ମାନସରେ ଯାଏ ଲେଖି ସରି ତ! ନ ଥିଲା———-। ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ