“ଶିଶିର ସାରସ”
ରାଗ-କଳ ହଂସ କେଦାର
ଚନ୍ଦ୍ରକଳା ଦେବୀ
ହେମନ୍ତ ଧରାପୃଷ୍ଠୁ’ ନିଏ ବିଦାୟ’
ଶିଶିର ଋତୁଚକ୍ରେ’କି ଶୋଭାମୟ’ଯେ
ଦିବାକର ଦିନାନ୍ତେ’ ଅସ୍ତ ହୁଅନ୍ତେ’
ଶଶି ଆଗତହୁଏ ‘ସେ ଧରାବକ୍ଷେ’ଯେ ||
ଦିନର ତାପ କ୍ରମେ’ ହୁଏ ସନ୍ତାପ’
ଶିଶିର ଆଗମନ’ସେ ଧରା ବକ୍ଷ’ଯେ
ନିଶାକର ଆଗମେ’ କୁମୁଦ ପୁଷ୍ପ ‘
ଧୀରେଧୀରେ ପ୍ରସ୍ଫୁଟି’ତ ହୁଏତା ରୂପ’ ଯେ ||
ସୂର୍ଯ୍ୟମୁଖୀ ଅଳସୀ’ସୋରିଷ ଫୁଲେ’
ଶୋଭାମୟୀ ଧରିତ୍ରୀ’ମନକୁହରେ’ଯେ
ଶିଶିର ସ୍ନାତାପୃଥ୍ଵୀ’ ଶୋଭା ମୟରେ’
ଶିଶିର ରୂପୀ ମୁକ୍ତା’ବିଭୁ ପୟରେ’ଯେ ||
ପ୍ରକୃତି ରାଣୀ ଦିଶେ’ ଭାରି ସୁନ୍ଦର ‘
ସତେ ଅବା ନାଇଛି’ ମୁକୁତା ହାର’ଯେ
ଘାସ ଗାଲିଚା ପରେ’ଶିଶିର ଟୋପା’
ମଣି ମୁକୁତା ସମ’ସେ ଅପରୂପା’ଯେ ||
ଶିଶିରେ କୁଝଟିକା’କାୟା ବିସ୍ତାରେ’
ପ୍ରତ୍ୟୁଷେ ରାସ୍ତାଘାଟ’ଦିଶେ ନାହିଁରେ’ ଯେ’
ଶିଶିର ରାତ୍ରିରେ ସେ’ଶେଫାଳୀ ପୁଷ୍ପ’
ବାସ ବିତରି ଥାଏ’ସେ ହସ ହସ’ଯେ ||
ଶସ୍ୟକ୍ଷେତ୍ରେ ଶୋଭିତ’ଧରଣୀ ରାଣୀ’
ପୁରପଲ୍ଲୀରେ ପୂଜା’ଶ୍ରୀ ଠାକୁରାଣୀ’ ଯେ’
ବିଦ୍ୟାଦାୟିନୀ ଦେବୀ’ମା ସରସ୍ବତୀ’
ଶିରୀ ପଞ୍ଚମୀ ଦିନ’ପୂଜା ପାଆନ୍ତି’ଯେ ||
ଶିଶିର ସକାଳରେ’ଗ୍ରାମର ଦୃଶ୍ୟ’
ଚାଷୀ ଶସ୍ୟଅମଳେ’ରହଇ ବ୍ୟସ୍ତ’ଯେ
ଶିଶିରେ ଦୁଃଖୀଜନ’କଷ୍ଟ ପାଆନ୍ତି ‘
ବୃଦ୍ଧବୃଦ୍ଧା ଶୀତରେ’ନିଆଁ ପୁଆନ୍ତି’ ଯେ ||
ରମ୍ୟ ଚିଲିକା ହ୍ରଦ’କେଡେ ସୁନ୍ଦର’
ହ୍ରଦପରେ ଶୋଭଇ’ଧୂମ ଆସ୍ତର’ଯେ
ଶିଶିରେ ବିହଙ୍ଗମ’ଦୂରୁ ଆସନ୍ତି ‘
ଖାଦ୍ୟ ଅନ୍ୱେଷଣନ୍ତେ’ନୀଡ଼ ଗମନ୍ତି’ ଯେ ||
ଅଗଣିତ ସାରସ’ଆକାଶ ମାର୍ଗେ’
ବିହରନ୍ତି ଉଲ୍ଲାସେ’ବଡ଼ ସରାଗେ’ଯେ
ନୀଡ଼ ଚତୁଃପାର୍ଶ୍ୱରେ’ସାରସ ଗଣ’
ଚକ୍ରେ ଆକାରେ ସଂଧ୍ୟେ’ବୁଲନ୍ତି’ପୁଣ’ ଯେ ||
ସରସୀରେ ସାରସ’ଲାବଣ୍ୟ ମୟ’
ସାରସ ସନ୍ତରଣ’ଆନନ୍ଦ ମୟ’ଯେ’
କେଡେ ମନଲୋଭାରେ’ସେ ରୂପକାନ୍ତି
ଦର୍ଶକ ଦର୍ଶନରେ’ମୁଗ୍ଧ ହୁଅନ୍ତି ‘ଯେ ||
ପୁଷ୍କରିଣୀ ମଧ୍ୟରେ’ ପଦମ ଫୁଲ’
ଢଳି ଢଳି ନାଚୁଛି’କି ମନୋହର’ଯେ
ପଦ୍ମପତ୍ର ଉପରେ’ ଶିଶିର ଜଳ’
ସତେ ଅବାସେ ଦିଶେ’ହୀରକ ମାଳ’ ଯେ’ ||
ପ୍ରଭାକର ଆଗମେ’ସେ ପ୍ରସ୍ଫୁଟିତ’
ଶାଶ୍ୱତ ପ୍ରେମେବନ୍ଧା’ସେଇ ଦୁହେଁତ’ଯେ’
ସୌନ୍ଦର୍ଯ୍ୟମୟୀ ବୋଲି’ଜାତୀୟ ପୁଷ୍ପ’
ସରବ ଦେବାଦେବୀ’ଆକର୍ଷେ ରୂପ’ ଯେ’ ||
ପ୍ରଥମା ଅଷ୍ଟମୀରେ’ ଆଦ୍ୟ ସନ୍ତାନ’
ନବବସ୍ତ୍ର ପିନ୍ଧିଣ’ ହୁଏ ପୂଜନ’ଯେ
ଶିଶିର ସାରସର’ ରୂପ ବୈଭବେ’
ବିହ୍ଵଳ ହୋଇଥାନ୍ତି’କବି ଭାବୁକ’ଯେ ||
ଶିଶିର କାଳ ଅଟେ’ ସଭିଙ୍କ ମିତ’
ଋତୁଚକ୍ର ଅନୁଯାୟୀ’ଆସିବ ସେତ’ ଯେ’
ଶିଶିର କାଳ ଅଟେ’ମଙ୍ଗଳ କାରୀ’
ଶିଶିର ଚାଲିଗଲେ’ଯିବ ସେ ଫେରି’ ଯେ ||
ବନ୍ଧୁଗାଁ,କୋରାପୁଟ