ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ୍ଦିର ସୁନ୍ଦର ପ୍ରଭୁ ବି ସୁନ୍ଦର
     ସୁନ୍ଦର ମୋ ବଡ଼ଦାଣ୍ଡ
ଭକତ ଆସୁଛି ଭକତ ଯାଉଛି
     ଦର୍ଶନେ ଭକ୍ତି ମୋ ମୁଣ୍ଡ।
ପାଦୁକା ପାଉଛି ଚନ୍ଦନ ନାଉଛି
       ଭକ୍ତି କରେ ପ୍ରଭୁ ଜପ
ଜଣାଇ ଗୁହାରୀ ଆପତ୍ତି କରୁଛି
     ଧରା ଛାଡ଼ି ଯାଉ ପାପ।
ସାଗର ସୁନ୍ଦର କୂଳ ବି ସୁନ୍ଦର
     ସନ୍ଧ୍ୟା ଭାବ ମନୋହର
ପ୍ରୀତି ଲାଗି ଥାଇ ବାଣିଜ୍ୟ ବେପାର
       ଆଲୋକ ଶୋଭା ଠାକୁର।
ତୃପ୍ତି ଲାଗୁ ଥାଇ ଖୁସି ବଢୁ ଥାଇ
       ଶୁଣି ଭଜନ କୀର୍ତ୍ତନ
ମନେ ଆସୁଥାଇ ଭକ୍ତି ମାର୍ଗ ସବୁ
      ଦେଖି ପ୍ରଭୁଙ୍କ ଦର୍ଶନ।
ଅବଢ଼ା ପ୍ରସାଦ ଭକତ ସଂପଦ
     ଖାଇ ଭକ୍ତ ହୁଏ ଖୁସି
ବଟ ବୃକ୍ଷ ତଳେ ବିଶ୍ରାମ କରନ୍ତି
     ପାଠ ଭାଗବତ ମିଶି।
ଛୁଇଁ ଲେ ବାଇଶି ପାହାଚ ଉପର
      ପାପ ସବୁ ଯାଏ ଛାଡି
ରତ୍ନ ବେଦୀ ଚାହିଁ ପ୍ରଭୁ ଦୃଶ୍ୟ ହୁଏ
     ଦର୍ଶନ ମୋ ହାତ ଯୋଡ଼ି।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

Leave a Comment

error: Content is protected !!