ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସିବ ସାରା ଦୁନିଆ

 ହସିବ ସାରା ଦୁନିଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୁଃଖରେ ହସିବା ସୁଖରେ ହସିବା 
ସଭିଏଁ ହେବେ ଛାନିଆ
ଆମରି ହସରେ ଝୁମିବା ଖୁସୀରେ
ହସିବ ସାରା ଦୁନିଆଁ…….(୦)
ଏ ଦୁଇ ଦିନର ଜୀବନ ଆମର
ରହି କିମ୍ପା ବିଷାଦରେ
ସୁଖକୁ ଛାଡ଼ିବା ଅଧା କରିଦେବା
ହାରିବା କିଆଁ ମଝିରେ 
ହସିବା ଖେଳିବା ନାଚିବା ଗାଇବା 
ସଭିଙ୍କୁ କରି କିମିଆଁ……(୧)
ହସିବା ପାଇଁ କି ମନରେ ଧରିକି
ସବୁ ଉପାଦାନ ଆମେ
ନିଜକୁ ଚିହ୍ନିବା ସୁମଣିଷ ହେବା
ଜିତି ଯିବା ଧରାଧାମେ 
ହସରେ ଆମର ହସିବ ସଂସାର
ଦୁଃଖରେ ରହିବା କିଆଁ…..(୨)

ଫୁଲବାଣୀ, କନ୍ଧମାଳ

Related posts

ଓଡ଼ିଶା କୁଡୁମି ସେନା ସ୍ବାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନନ୍ଦିଘୋଷ

Sunil Chandra Nayak

Leave a Comment

error: Content is protected !!