ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସିବ ସାରା ଦୁନିଆ

 ହସିବ ସାରା ଦୁନିଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୁଃଖରେ ହସିବା ସୁଖରେ ହସିବା 
ସଭିଏଁ ହେବେ ଛାନିଆ
ଆମରି ହସରେ ଝୁମିବା ଖୁସୀରେ
ହସିବ ସାରା ଦୁନିଆଁ…….(୦)
ଏ ଦୁଇ ଦିନର ଜୀବନ ଆମର
ରହି କିମ୍ପା ବିଷାଦରେ
ସୁଖକୁ ଛାଡ଼ିବା ଅଧା କରିଦେବା
ହାରିବା କିଆଁ ମଝିରେ 
ହସିବା ଖେଳିବା ନାଚିବା ଗାଇବା 
ସଭିଙ୍କୁ କରି କିମିଆଁ……(୧)
ହସିବା ପାଇଁ କି ମନରେ ଧରିକି
ସବୁ ଉପାଦାନ ଆମେ
ନିଜକୁ ଚିହ୍ନିବା ସୁମଣିଷ ହେବା
ଜିତି ଯିବା ଧରାଧାମେ 
ହସରେ ଆମର ହସିବ ସଂସାର
ଦୁଃଖରେ ରହିବା କିଆଁ…..(୨)

ଫୁଲବାଣୀ, କନ୍ଧମାଳ

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା…. ତୃତୀୟ ଥର ପାଇଁ ଧର୍ମଗଡ ଜୁନାଗଡ ଯାତାୟତ ଠପ୍

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମୁକ୍ତି ମଣ୍ଡପ

Leave a Comment

error: Content is protected !!