ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

ଢ଼େଙ୍କାନାଳ: ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଏକଘରିଆ ଗ୍ରାମ୍ୟ କମିଟିର ମିଳିତ ଆନୁକୂଲ୍ୟରେ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଏକଘରିଆ ଗ୍ରାମ ଜଗନ୍ନାଥ ମନ୍ଦିର ପରିସର ରେ କବି ଦୀନକୃଷ୍ଣଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ସଙ୍ଗୀତ ନାଟକ ଏକାଡେମୀ ର ଉପସଭାପତି ଶ୍ରୀଯୁକ୍ତ ମନ୍ମଥ ଶତପଥୀ ଙ୍କ ପୌରୋହିତ୍ୟ ରେ ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ଡଃ ପୁଷ୍ପଲତା ରଥ ଯୋଗ ଦେଇଥିଲେ। ଦିନେଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତଥା ଭାବଗ୍ରାହୀ ପରିଡ଼ା ସ୍ଵାଗତ ଭାଷଣ ଦେଇ ଥିଲେ । ଏହି ପୂଜ୍ୟ ପୁଜା ଅବସର ରେ ଭକ୍ତ କବି ଙ୍କ ରଚିତ ସଙ୍ଗୀତ ଗାନ କରାଯାଇଥିଲା।ରୀତି ଯୁଗୀୟ ସ୍ୱାଭିମାନ କବି ଙ୍କ ଭକ୍ତି ରସ ସମ୍ବଳିତ କାବ୍ୟ ସମୂହର ଛିଟା ଉପସ୍ଥିତ ସମସ୍ତ ଙ୍କୁ ଆକୃଷ୍ଟ କରି ପାରିଥିଲା । ଜୟନ୍ତ ପରିଡ଼ା ଧନ୍ୟବାଦ ଦେଇଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତି ଙ୍କ ରିପୋର୍ଟ।

Related posts

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ର ରାଲି ଓ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!