ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ କେନ୍ଦ୍ରାଞ୍ଚଳ କୋଶଳେଶ୍ୱର ମାଳି ସମାଜ ଖଳିଆପଲି ରେ ବୈଠକ ଅନୁଷ୍ଠିତ 

ଗୋଳାମୁଣ୍ଡା/ମସିହା/୨୩/୪/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ଠାରେ ଧର୍ମଗଡ଼ କୋଶଳେଶ୍ୱର ମାଳି ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧର୍ମଗଡ଼ କେନ୍ଦ୍ରାଞ୍ଚଳର ସଭାପତି ଶ୍ରୀଯୁକ୍ତ ସଦାଶିବ ପୁଟେଲ ଓ ସମ୍ପାଦକ ଶ୍ରୀଯୁକ୍ତ ଲବଜି ପୁଟେଲ ଏବଂ ସମସ୍ତ ଅଞ୍ଚଳର ସଭାପତି ,ସମ୍ପାଦକ,କୋଷାଧ୍ୟକ୍ଷ ଓ ସାମାଜିକ ସଭ୍ୟସଭ୍ୟା ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଧର୍ମଗଡ଼ କେନ୍ଦ୍ରାଞ୍ଚଳ ଙ୍କ ନିମନ୍ତ୍ରଣରେ ପଶ୍ଚିମ ଓଡିଶାର ବରଗଡ଼, ସୁବର୍ଣ୍ଣପୁର ,ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ରାଜ୍ୟସ୍ତରୀୟ ସଭାପତି, ଉପ ସଭାପତି ,ସମ୍ପାଦକ ଓ ଉପଦେଷ୍ଟା ମଣ୍ଡଳୀର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଶ୍ବମ୍ବର ପୁଟେଲ କୋଶଳେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ପତାକା ଉତ୍ତୋଳନ କରିଥିଲେ । ପରେ ରାଜ୍ୟ ସମ୍ପାଦକ ସୁଯ୍ୟକାନ୍ତ ପୁଟେଲଙ୍କ ପରିଚାଳନାରେ ସଭାକର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ମୁଖ୍ୟବକ୍ତା ତଥା ରାଜ୍ୟ ଉପଦେଷ୍ଟା ମଣ୍ଡଳୀର ଶ୍ରୀ ମାୟାଧର ପୁଟେଲ,ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଆନନ୍ଦ ପୁଟେଲ,ଶ୍ରୀ କୁନୁ ନାଏକ, ଯଦୁମଣି ପୁଟେଲ, ରାଜ୍ୟ ଉପ ସଭାପତି ଭୀଷ୍ମଦେଵ ପୁଟେଲ,ରାମଚନ୍ଦ୍ର ପୁଟେଲ,ଦଧିମୋହନ ପୁଟେଲ, ରାଜ୍ୟସ୍ତରୀୟ ଯୁଗ୍ମ ସାଧାରଣ ଶ୍ରୀ ନରେନ୍ଦ୍ର ପୁଟେଲ,ଭାର୍ଗବ ପୁଟେଲ,ରାଜ୍ୟ କମିଟି କୋଷାଧ୍ୟକ୍ଷ ଲମ୍ବୋଧର ପୁଟେଲ ,ସୁଶାନ୍ତ ପୁଟେଲ,ଶଙ୍କର ପୁଟେଲ,ମହେଶ୍ୱର ପୁଝାରି,ଫାଲ୍ଗୁନି ପୁଟେଲ, ସଂଯୋଜକ ଅଶ୍ୱନି ପୁଟେଲ, ସୁବର୍ଣ୍ଣପୁର ସୁବଳ ପୁଟେଲ, ବ୍ରଜସୁନ୍ଦର ପୁଟେଲ,ଅଭି ପୁଟେଲ,ତ୍ରିଲୋଚନ ପୁଟେଲ,ସୁଶାନ୍ତ ପୁଟେଲ,ରାଜ୍ୟ କମିଟି ଉପଦେଷ୍ଟା ମଣ୍ଡଳୀ ସଦାନନ୍ଦ ପୁଟେଲ,ସୁକଦେଵ ପୁଟେଲ,ବାସୁଦେବ ମଣ୍ଡା, ଅସେଶ୍ୱର ପୁଟେଲ,କେଗାଁ ଅଞ୍ଚଳ ସଭାପତି କ୍ଷୀରସିନ୍ଧୁ ପୁଟେଲ, ମହାଳିଙ୍ଗ ଅଞ୍ଚଳ ସଭାପତି ଚୁଡାମଣି ପୁଟେଲ, ପାରୁଅଗୁଡା ଅଞ୍ଚଳ ସଭାପତି ପଙ୍କଜ ପୁଟେଲ,ରାଜ୍ୟ ଉପଦେଷ୍ଟା ଶ୍ରୀପତି ପୁଟେଲ,ଚିଲଗୁଡା ଅଞ୍ଚଳ ସଭାପତି ଖମେଶ୍ୱର ପୁଟେଲ,ମାନଝରୀ ଅଞ୍ଚଳ ସଭାପତି ପୁରୁଷୋତ୍ତମ ପୁଟେଲ,କୁମ୍ଭାରୀ ଅଞ୍ଚଳ ସଭାପତି ସୁଧୀର ପୁଟେଲ ,ବିମ୍ବାଧର ପୁଟେଲ,କଲେଗାଁ ଅଞ୍ଚଳ ସଭାପତି ସର୍ଦାକର ପୁଟେଲ,ଚହକା ଅଞ୍ଚଳ ସଭାପତି ଓ ସମ୍ପାଦକ ଥବିର ପୁଟେଲ ଓ ଦୁର୍ଦାକ୍ଷ ପୁଟେଲ,ବରଗାଁ ଅଞ୍ଚଳ ଲବ ପୁଟେଲ,ବୋରଡି ସରପଞ୍ଚ ଲମ୍ବୋଧର ପୁଟେଲ, ଭବାନୀପଟଣା ପୋୖରାଞ୍ଚଳ ସଭାପତି ପଙ୍କଜ ପୁଟେଲ, ଲରକା ସରପଞ୍ଚ କୁର୍ତ୍ତିବାସ ପୁଟେଲ,ରାମେଶ୍ୱର ପୁଟେଲ, ପର୍ଶୁରାମ ପୁଟେଲ,ଅନ୍ତରାମ ପୁଟେଲ, ରାଜ୍ୟ ଉପଦେଷ୍ଟା ଶ୍ରୀପତି ପୁଟେଲ,ବରଗଡ଼ ଜିଲ୍ଲା ସମ୍ପାଦକ ଶାନ୍ତନୁ ପୁଟେଲ,ସୁବଳ ପୁଟେଲ,ଅଲେଖ ପୁଟେଲ,ଜଗଦୀଶ ପୁଟେଲ,ଚୁଡାମଣି ପୁଟେଲ,ପଦ୍ମପୁର ପୂର୍ବତନ ସଭାପତି ଡୁଳମଣି ପୁଟେଲ ପ୍ରମୁଖ ମଞ୍ଚାସିନ ଥିଲେ । ଆଜିକାର ବୈଠକରେ କଳାହାଣ୍ଡି ଜିଲ୍ଲା କୋଶଳେଶ୍ୱର ମାଳି ସମାଜ ଦୁଇ ଗୋଷ୍ଠୀରେ ବିଭକ୍ତ ଗୋଟିଏ ଜିଲ୍ଲା ସଂଘଠନ ଥିବା ବେଳେ ଅନ୍ୟଟି ଧର୍ମଗଡ଼ କେନ୍ଦ୍ରାଅଞ୍ଚଳ ରୁପେ ରାଜ୍ୟସ୍ତରୀୟ ଅନୁମୋଦନ କ୍ରମେ ଗଠିତ ହୋଇଥିବା ଆଲୋଚିତ ହୋଇଥିଲା । ଏହି କେନ୍ଦ୍ରାଅଞ୍ଚଳରୁ ଦୁଇ ଅଞ୍ଚଳକୁ କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତିମାନେ କିଛି ଲୋଭ ଦେଖାଇ ଜିଲ୍ଲା ସଂଘଠନରେ ଅନ୍ତର୍ଭୁକ୍ତ କରି ଜିଲ୍ଲା ସମାଜ ଗଠନ କରିଥିବାରୁ କେନ୍ଦ୍ରାଅଞ୍ଚଳ ପକ୍ଷରୁ ଅଭିଯୋଗ ହେଉଛି । ବର୍ତ୍ତମାନ ଜିଲ୍ଲା କମିଟି ପୁଅ ଝିଅଙ୍କ ଛାଡ଼ପତ୍ରରେ ବହୁ ପରିମାଣରେ ଲାଞ୍ଚ ମାଗୁଥିବା କଥା ଆଜିକାର ସଭାରେ ଆଲୋଚିତ ହୋଇଥିଲା । ଏ ନେଇ ଆଜିକାର ସଭାରେ ଉପସ୍ଥିତ ଥିବା ରାଜ୍ୟସ୍ତରୀୟ ଠାରୁ ଜିଲ୍ଲା ତଥା ଅଞ୍ଚଳ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସାମାଜିକ କାର୍ଯ୍ୟକ୍ରମରେ ଏପରି ଭୁଲ କାମ ନ କରିବାକୁ ରାଜ୍ୟ କର୍ମକର୍ତ୍ତା ମତ ପ୍ରକାଶ କରିଥିଲେ ।ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ମସିହା, ପ୍ରତିନିଧି,

Related posts

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ଗଜକନା , ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା

Sunil Chandra Nayak

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

ଖୁଟୁଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ସୁରଭି -୨୦୨୨

Sunil Chandra Nayak

Leave a Comment

error: Content is protected !!