ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

ରାଉରକେଲା/ ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ,ନବାହ୍ନ ପାରାୟଣ ଓ ପ୍ରବଚନ ଜାରି ରହିଛି । ଏହା ଅକ୍ଟୋବର ୨୩ତାରିଖ ପର୍ଯ୍ୟନ୍ତ ଚାଲିବ । କଥାବ୍ୟାସ ପଣ୍ଡିତ ଶ୍ରୀଧର ଦାସ ଏବଂ ମମତା ପଟ୍ଟନାୟକ ପ୍ରବଚନ ଦେଉଛନ୍ତି । ପାରାୟଣ ସକାଳ ୮ଟାରୁ ଦିବା ୧ ଘଟିକା ଏବଂ ପ୍ରବଚନ ସଂଧ୍ୟା ୬ ଟା୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଦିବ୍ୟଜୀବନ ସଂଘର ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ,ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ, ବ୍ରହ୍ମ ଚାରିଣୀ ସୁଷମା ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦାନ କରି ଶ୍ରଦ୍ଧାଳୁ ମାନଙ୍କୁ ରାମଚରିତ ମାନସ ଉପରେ ପ୍ରବଚନ, ଉତ୍ସାହ ଓ ପ୍ରେରଣା ଯୋଗାଉଛନ୍ତି। ଏହାକୁ ଶ୍ରବଣ କରିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଉଥିବା ବେଳେ ଅଧିକ ଶ୍ରଦ୍ଧାଳୁ ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

ମେସିନ ସାଜିଛି ଶ୍ରମିକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କବି କଲମର ବଳ

Sunil Chandra Nayak

Leave a Comment

error: Content is protected !!