Uncategorizedଲତା ବେହେରା ଙ୍କ କବିତା ନାୟିକା by Sunil Chandra NayakOctober 5, 2022October 5, 2022084 Share0 ନାୟିକା ଲତା ବେହେରା ଭଲ ପାଏ ତୋତେ ହୃଦୟରୁ ମୋର ଭୁଲି ମୁଁ ପାରୁନି ସାଥି ଯୁଆଡେ ଗଲେ ବି ତୋହରି ଚେହେରା ନାଚୁ ଥାଏ ମୋର ଆଖି । ମନକୁ ମୋହର ଚୋରି କରି ନେଲୁ ତୋତେରେ ଖୋଜୁଛି ମୁଁ ହୃଦୟରୁ ତୋତେ ପାଉଅଛି ଭଲ କୋଉଠି ଅଛୁରେ ତୁ । ତୋ ବିନା ଭଲ ଲାଗୁନିରେ କିଛି ନିଜଠୁ ବେଶୀ ମୁଁ ତୋତେରେ ଚାହୁଁଛି ତୁ ମୋ ମନ ନାୟିକା । ସାଜିଲୁ ମୋର ପ୍ରେମିକା । ମେଘ ଆସିଗଲେ ମନେ ପଡୁ ବେଶୀ ବରଷାରେ ଭିଜୁ ଥିଲେ କାଗଜର ଡଙ୍ଗା ତିଆରି କରିଣ ପାଣିରେ ଭସାଉ ଥିଲେ । ଉଡାଉଣ ଥିଲେ ଆକାଶରେ ଗୁଡି ନଟେଇ ହାତରେ ଧରି ଫଗୁଣରେ ଫଗୁ ହୋଲି ଖେଳୁଥିଲେ ରଙ୍ଗ ପିଚିକାରୀ ମାରି । ପବନ ସାଥିରେ ତୋ କାନି ଉଡେରେ ଧରିବାକୁ ଯେବେ ବଢାଏ ହାତରେ ଧାଇଁ ଲୁଚୁ ଥିଲୁ ଏକା । ସାଜି ମୋ ମନ ନାୟିକା । ଚାନ୍ଦିନୀ ରାତିରେ ଜହ୍ନ ଜୋଛନାରେ ରାତି ଆମ ବିତୁ ଥାଏ ବାଲୁକା ଶଯ୍ୟାରେ ଘର ତୋଳି ଦେଇ ତୋ କୋଳରେ ଶୋଇ ଯାଏ । ଆଖି ଟିକେ ଯେବେ ଲାଗି ଯାଏ ମୋର ଚମକି ମୁଁ ଉଠି ଯାଏ ତୋତେ ଦେଖି ଦେଲେ ସବୁ ଭୁଲି ପ୍ରିୟା ତୋ ପ୍ରେମେ ପାଗଳ ହୁଏ । ଚୋରା ଚୋରା ତୋର ଆଖିର ଚାହାଣୀ ଗଢି ଥିଲା ପ୍ରିୟା ମୋ ପ୍ରେମ କାହାଣୀ କାହିଁକି ଦେଲୁ ତୁ ଧୋକା । ସାଜିରେ ମୋର ନାୟିକା । ରୁଣୁଝୁଣୁ ବାଜେ ତୋ ହାତର ଚୁଡି ମନ ମୋ ହଜେଇ ଦିଏ କାନର ଝୁମୁକା କରେ ଆନମନା ନିଦ ମୋ ଚୋରାଇ ନିଏ । ଛମ୍ ଛମ୍ ତୋର ପାଉଁଜିର ସୁର ଟାଣି ନିଏ ପାଖେ ତୋର ଜାଣି ମୁଁ ପାରେନି କେମିତି କେଜାଣି ବିତି ଯାଏ ଦିନ ମୋର । ତୋ ଠାରୁ ଦୂରେଇ ରହି ମୁଁ ପାରୁନି ସତ କହେ ପ୍ରିୟା ବଞ୍ଚି ପାରିବିନି ଲାଗେ ଭାରି ଆଜି ଏକା । ତୁ ମୋ ମନ ନାୟିକା । କଥାରୁ ତୋହର ଝରୁଥାଏ ମହୁ ଦୁଃଖ ମୋ ଭୁଲାଇ ଦିଏ ଜୀବନ ଯନ୍ତ୍ରଣା ହଜେ ଆଖି ଯେବେ ତୋ ଆଖିରେ ମିଶି ଯାଏ । ଭାରି ଭଲ ଲାଗେ ତୋ ଫୁଲ ଗଜରା ତୋ ଓଠର ମିଠା ହସ ଅଶୁମାରୀ ସ୍ୱପ୍ନ ଜୀବନେ ଆଣିଣ ମନେ ଭରୁ ଅବଶୋଷ । କାହିଁକି ସାଥିରେ ମୋ ସାଥେ ଖେଳୁଛୁ ମୋତେରେ ଜଳେଇ କି ଲାଭ ପାଉଛୁ ଅଛୁ ହୃଦୟ ଇଲାକା । ତୁ ମୋ ମନ ନାୟିକା । ଲତା ବେହେରା ଜକା, ଢେଙ୍କାନାଳ