ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା ଙ୍କ କବିତା ନାୟିକା

 

    ନାୟିକା 

    

             ଲତା ବେହେରା 

           
ଭଲ ପାଏ ତୋତେ ହୃଦୟରୁ ମୋର
            ଭୁଲି ମୁଁ ପାରୁନି ସାଥି 
ଯୁଆଡେ ଗଲେ ବି ତୋହରି ଚେହେରା
          ନାଚୁ ଥାଏ ମୋର ଆଖି ।
ମନକୁ ମୋହର ଚୋରି କରି ନେଲୁ 
          ତୋତେରେ ଖୋଜୁଛି ମୁଁ 
ହୃଦୟରୁ ତୋତେ ପାଉଅଛି ଭଲ
         କୋଉଠି ଅଛୁରେ ତୁ ।
ତୋ ବିନା ଭଲ ଲାଗୁନିରେ କିଛି
ନିଜଠୁ ବେଶୀ ମୁଁ ତୋତେରେ ଚାହୁଁଛି
           ତୁ ମୋ ମନ ନାୟିକା ।
  ସାଜିଲୁ ମୋର ପ୍ରେମିକା ।
ମେଘ ଆସିଗଲେ ମନେ ପଡୁ ବେଶୀ
           ବରଷାରେ ଭିଜୁ ଥିଲେ
କାଗଜର ଡଙ୍ଗା ତିଆରି କରିଣ
           ପାଣିରେ ଭସାଉ ଥିଲେ ।
ଉଡାଉଣ ଥିଲେ ଆକାଶରେ ଗୁଡି
          ନଟେଇ ହାତରେ ଧରି
ଫଗୁଣରେ ଫଗୁ ହୋଲି ଖେଳୁଥିଲେ
              ରଙ୍ଗ ପିଚିକାରୀ ମାରି ।
ପବନ ସାଥିରେ ତୋ କାନି ଉଡେରେ
ଧରିବାକୁ ଯେବେ ବଢାଏ ହାତରେ
              ଧାଇଁ ଲୁଚୁ ଥିଲୁ ଏକା ।
ସାଜି ମୋ ମନ ନାୟିକା ।
ଚାନ୍ଦିନୀ ରାତିରେ ଜହ୍ନ ଜୋଛନାରେ 
            ରାତି ଆମ ବିତୁ ଥାଏ
ବାଲୁକା ଶଯ୍ୟାରେ ଘର ତୋଳି ଦେଇ
        ତୋ କୋଳରେ ଶୋଇ ଯାଏ ।
ଆଖି ଟିକେ ଯେବେ ଲାଗି ଯାଏ ମୋର
         ଚମକି ମୁଁ ଉଠି ଯାଏ 
ତୋତେ ଦେଖି ଦେଲେ ସବୁ ଭୁଲି ପ୍ରିୟା
         ତୋ ପ୍ରେମେ ପାଗଳ ହୁଏ ।
ଚୋରା ଚୋରା ତୋର ଆଖିର ଚାହାଣୀ
ଗଢି ଥିଲା ପ୍ରିୟା ମୋ ପ୍ରେମ କାହାଣୀ 
          କାହିଁକି ଦେଲୁ ତୁ ଧୋକା ।
ସାଜିରେ ମୋର ନାୟିକା ।
ରୁଣୁଝୁଣୁ ବାଜେ ତୋ ହାତର ଚୁଡି
              ମନ ମୋ ହଜେଇ ଦିଏ
କାନର ଝୁମୁକା କରେ ଆନମନା
           ନିଦ ମୋ ଚୋରାଇ ନିଏ ।
ଛମ୍ ଛମ୍ ତୋର ପାଉଁଜିର ସୁର
            ଟାଣି ନିଏ ପାଖେ ତୋର
ଜାଣି ମୁଁ ପାରେନି କେମିତି କେଜାଣି 
           ବିତି ଯାଏ ଦିନ ମୋର ।
ତୋ ଠାରୁ ଦୂରେଇ ରହି ମୁଁ ପାରୁନି
ସତ କହେ ପ୍ରିୟା ବଞ୍ଚି ପାରିବିନି
        ଲାଗେ ଭାରି ଆଜି ଏକା ।
ତୁ ମୋ ମନ ନାୟିକା ।
କଥାରୁ ତୋହର ଝରୁଥାଏ ମହୁ
            ଦୁଃଖ ମୋ ଭୁଲାଇ ଦିଏ
ଜୀବନ ଯନ୍ତ୍ରଣା ହଜେ ଆଖି ଯେବେ
            ତୋ ଆଖିରେ ମିଶି ଯାଏ ।
ଭାରି ଭଲ ଲାଗେ ତୋ ଫୁଲ ଗଜରା
           ତୋ ଓଠର ମିଠା ହସ
ଅଶୁମାରୀ ସ୍ୱପ୍ନ ଜୀବନେ ଆଣିଣ 
             ମନେ ଭରୁ ଅବଶୋଷ ।
କାହିଁକି ସାଥିରେ ମୋ ସାଥେ ଖେଳୁଛୁ
ମୋତେରେ ଜଳେଇ କି ଲାଭ ପାଉଛୁ
               ଅଛୁ ହୃଦୟ ଇଲାକା ।
ତୁ ମୋ ମନ ନାୟିକା ।

          ଲତା ବେହେରା 

                 ଜକା, ଢେଙ୍କାନାଳ 
 

Related posts

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ମନୋରଞ୍ଜନ – ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

କଳାକାର ସଂଘର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!