ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ମସିହା ବ୍ୟୁରୋ- ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଅବସରରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କଞ୍ଚନଗଡ଼ିଆ ଗ୍ରାମ ରେ”କେଦାର ଭାରତୀ” ସାପ୍ତାହିକ ସାହିିତ୍ଯ ପତ୍ରିକା ଓ ବିଶ୍ଵଶାନ୍ତି ଭାରତ ମାତା ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ପ୍ରତିଭା ଅନ୍ଵେଷ୍ଵଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କୁଇଜ୍ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। “କେଦାର ଭାରତୀ” ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ, ବାଲେଶ୍ଵର ଜିଲ୍ଲା ସଂଯୋଜକ ରାଜେଶ ଜେନା, ରାକେଶ ଜେନା, ଉମେଶ ସେଠ, ବିଜୟ ପ୍ରଧାନ, ବିମଳ ଲୋଚନ ଦାସ ଓ ଯୁବକ ସଂଘର କର୍ମକର୍ତ୍ତାମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଜ୍ୟ ପରିବହନ ବିଭାଗ ର ନୂଆ ନିର୍ଦେଶନାମା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!