ନୂଆପଡା: ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ।ନୂଆପଡା ରାଜାମୁଣ୍ଡା ଗାଁ ଝାଙ୍କରପଡାର ଘନଶ୍ୟାମ ମାଝୀଙ୍କ ପୁଅ ଜଗତ ରାମ । ବୟସ ମାତ୍ର ୫ ବର୍ଷ, ଜଗତ ରାମ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ଦୃଷ୍ଟି ହୀନର ଶତପ୍ରତିଶତ ପ୍ରମାଣପତ୍ର ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନି । ଘନଶ୍ୟାମ ମାଝୀଙ୍କ ପରିବାର କହିଲେ ସ୍ତ୍ରୀ ରୁକ୍ମଣୀ ମାଝୀ, ୨ ଝିଅ ସସ୍ମିତା, ବନିତା ଏବଂ ଏକମାତ୍ର କୁନି ପୁଅ ଜଗତ ରାମ । ପୁଅ ଜନ୍ମ ହେବା ପରେ ବାପା ମାଆ ଅନେକ ସ୍ବପ୍ନ ଦେଖିଥିଲେ । ପୁଅ ବଡ ହେବ ଚାକିରି କରିବ ଓ ଆମକୁ ସାହାରା ଦେବ । କିନ୍ତୁ ସେ ସ୍ବପ୍ନ ଯେମିତି ପାଣି ଫଟକା ପରି ମିଳାଇଯାଇଛି । ଜନ୍ମରୁ ପୁଅ ଅନ୍ଧ ହୋଇଥିବା ଜାଣି ଏ ହସ୍ପିଟାଲରୁ ସେ ହସ୍ପିଚାଲ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ, କିନ୍ତୁ ପୁଅର ଦୃଷ୍ଟି ଶକ୍ତି ଫେରିବ କଣ ବରଂ ପାଇଛନ୍ତି ଶତ ପ୍ରତିଶତ ଦୃଷ୍ଟିହୀନ ପ୍ରମାଣପତ୍ର । ତେବେ କୁନି ପୁଅଟିକୁ ଭତ୍ତା ଓ ତାର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି । ଅନ୍ୟପଟେ ଅସହାୟଙ୍କୁ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ଯୋଜନାକୁ ଠିକ ଭାବରେ ପରିଚାଳନା କରିବାକୁ ବ୍ଲକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ରହିଛନ୍ତି । ମାତ୍ର ଦୁର୍ଭାଗ୍ୟ ଯେ, ରାଜାମୁଣ୍ଡା ଗାଁର ଜଗତରାମ ପ୍ରତି କାହାରି ଦୃଷ୍ଟି ନାହିଁ । ଫଳରେ ଜଗତରାମ ସରକାରୀ ସହାୟତାରୁ ବଞ୍ଚିତ ।ଏ ସମ୍ପର୍କରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିଥିଲୁ । ତେବେ ଅନ୍ଧ ପିଲାଙ୍କୁ ଜନ୍ମରୁ ଭତ୍ତା ଦେବା ନିୟମ ଥିବାଜାଣିବା ପରେ ତଦନ୍ତ କରି ଖୁବଶୀଘ୍ର ଭତ୍ତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ । ନୂଆପଡାରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post