ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚର ଉଦବେଗ

ରାଉରକେଲା/ବିଗତ ଦୁଇ ବର୍ଷ ତଳେ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ହେବ ବୋଲି ସ୍ଥିର ହୋଇଥିଲl l ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ ଜୋର ସୋରରେ ଚାଲିଥିଲା ବେଳେ ଅନ୍ୟତମ ସ୍ମାର୍ଟ ସହର ରାଉରକେଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବିଶ୍ୱକପ ପାଇଁ ବିର୍ସାମୁଣ୍ଡା ହକି ଷ୍ଟାଡିଅମର ନିର୍ମାଣ ଶେଷ ପର୍ଯାୟରେ l ରାସ୍ତା କାମ, ପ୍ରାଚୀରରେ ରଙ୍ଗ ତୁଳୀର ସ୍ପର୍ଶ, ରାହାଗିରି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମନରେ ଖେଳ ପ୍ରତି ଜାଗରଣ ସୃଷ୍ଟି କରାଯାଇଛି l ଖେଳିବା ପାଇଁ ଛବିଶ ଗୋଟି ଦେଶର ଖେଳାଳୀ, ତାଙ୍କର କର୍ମକର୍ତ୍ତା , ସେ ଦେଶର ସମର୍ଥକ, ପ୍ରଯୋଜକ ଆଦି ଭୁବନେଶ୍ୱର ଓ ରାଉରକେଲା ନିଶ୍ଚିତ ଆସିବେ l ତାଙ୍କର ଯିବା ଆସିବା ପାଇଁ ବିର୍ସାମୁଣ୍ଡା ଷ୍ଟାଡିଅମର ଠିକ ସାମ୍ନା ଅଧା କିଲୋମିଟର ଦୂରରେ ଉଣେଇଶ ଷାଠିଏ ମସିହାରୁ ଟୁବି ଲାଇସେନ୍ସ ସହ ଆରମ୍ଭ ହୋଇଥିବା ଏଆରଷ୍ଟ୍ରିପକୁ ଉନ୍ନତିକରଣ କରାଯିବା ପାଇଁ ସ୍ଥିର କରାଯାଇ ଗତ ୧୦/୨/୨୦୨୧ ତାରିଖରେ ଏକ ମିଟିଂ କରାଯାଇଥିଲା, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଏଆରପୋର୍ଟ ଅଥରିଟି, ବହୁତ ଏଆରଲାଇନ୍ସ, ରାଉରକେଲା ଇସ୍ପାତ କାରଖାନା ଆଦିର ପ୍ରତିନିଧି ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇ ରାଉରକେଲା ବିମାନ ବନ୍ଦରରେ ଦିବା-ରାତ୍ର ଉଡ଼ାଜାହାଜ ଚଳାଇବାର ସ୍ଥିର କରାଯାଇଥିଲା l କିନ୍ତୁ ଦୁଃଖର କଥାଯେ ସରକାରୀ ଅଧିକାରୀ, ଏଆରପୋର୍ଟ ଅଧିକାରୀ, ହକି ଇଣ୍ଡିଆର ଅଧିକାରୀ ମାନଙ୍କ ଘନଘନ ଗସ୍ତ ସତ୍ୱେ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ କାମ ହୋଇନାହିଁ କି ଟୁବି ଲାଇସେନ୍ସକୁ ଉନ୍ନତ କରାଯାଇନାହିଁ ।ଯାହା ଫଳରେ ଏଠାରୁ ବିମାନ ଚଳାଚଳର ସନ୍ଦେହ ପ୍ରକାଶ ପାଇଛି ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଓ ହକି ପ୍ରେମୀ ମାନଙ୍କ ମନରେ ନୈରାଶ୍ୟଭାବ ଜାଗ୍ରତ ହେଇଛି l ଗତ କାଲିର ପାର୍ଲିଆମେଣ୍ଟରେ ଉପସ୍ଥାପିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ରାଉରକେଲା ବିମାନ ବନ୍ଦର ପ୍ରତି ଥିବା ଅବହେଳାକୁ ସୂଚାଇ ଦେଉଛି l ତେଣୁ ସରକାର, ଏଆରପୋର୍ଟ ଅଥରିଟି, ଇସ୍ପାତ କାରଖାନା, ଏଆରଲାଇନ୍ସକୁ ଯଥାଶୀଘ୍ର ବିମାନ ବନ୍ଦର ଓ ଖେଳର ଅନୁସାଙ୍ଗିକ କାର୍ଯ୍ୟ ଶେଷ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ଖେଳପ୍ରେମୀଙ୍କ ଆସ୍ଥାଭାଜନ ହେବା ପାଇଁ ଅନୁରୋଧ କରୁଛୁ l ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଆସିଥିବା ବିଧାନ ସଭା ଷ୍ଟାଣ୍ଡିଙ୍ଗ କମିଟି ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି ଓ ବିଧାୟକ ମିନାକ୍ଷୀ ମାହାନ୍ତଙ୍କ ସାମ୍ନାରେ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ମଞ୍ଚର ବରିଷ୍ଠ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଇସ୍ପାତ କର୍ମଚାରୀ ସଂଘର ସଭାପତି ଅଭୟ ଦାସ, ଉପଦେଷ୍ଟା ଓ ପୂର୍ବତନ ନଗର ସଭାପତି ଆନନ୍ଦ ମହାନ୍ତି,ଉପଦେଷ୍ଟା ଓ ଆଇନଜୀବୀ ଆର୍ତ୍ତତ୍ରାଣ ମହାରଣା, ବିଶିଷ୍ଟ ସମାଜସେବୀ ପଶୁପତି ଚାଟାର୍ଜି, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ, ଉପଦେଷ୍ଟା ତଥା ଜଗଦା ସାଂସ୍କୃତିକ ପରିଷଦର ସଭାପତି ସଂଜୀବ ମହାନ୍ତି, ରେଳ ଉପଯୋଗକାରୀ ସଂଘର ଉପସଭାପତି ଅମୂଲ୍ୟ ବରାଳ,ଆଇଟି ମୁଖ୍ୟ ସୁପ୍ରତୀକ ମିଶ୍ର, ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟ କବି କୁଞ୍ଜ ବିହାରୀ ରାଉତ ଆଦି ଉପସ୍ଥିତ ରହି ନିଜ ନିଜର ଉଦବେଗ ପ୍ରକାଶ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମଧୁମିତା ମିଶ୍ର ଙ୍କ ସୋନେଟ ଚଳନ୍ତା ଦିଅଁ

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

Leave a Comment

error: Content is protected !!