ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ,କୋର୍ଟ ଚାଲାଣ

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗା ପଞ୍ଚାୟତ ପୋଡାପାଳି ୩୫୩ ନଂ ଜାତୀୟ ରାଜପଥ ବିଶ୍ରାମ ଗୃହ ଠାରେ ଗଞ୍ଜେଇ ଧରି କୌଣସି ଗାଡିକୁ ତିନି ଜଣ ବ୍ୟକ୍ତି ଅପେକ୍ଷା କରିଥିବା ବେଳେ ଖଡ଼ିଆଳ ଅବକାରୀ ବିଭାଗ ଦ୍ଵାରା ଧାରା ପଡି କୋର୍ଟ ଚାଲାଣ । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ଅବକାରୀ ଅଧିକ୍ଷକ ନୂଆପଡ଼ାଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଅବକାରୀ ଉପ ନିରୀକ୍ଷକ ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳ ୪ ଘଣ୍ଟା ସମୟରେ ପୋଡାପାଳି ବିଶ୍ରାମ ଗୃହ ଠାରେ ତିନି ଜଣ ସାଗର ରିକବାର (୨୧) ଓ ମୁକେଶ ରିକବାର (୧୬) ଦୁଇଜଣ ଉତ୍ତର ପ୍ରଦେଶର ଝାଂସି ଜିଲ୍ଲା ନିଵାସୀ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ପପିତା ପ୍ରଧାନୀ (୨୫) ରାୟଗଡା ଜିଲ୍ଲା ମୁନିଗୁଡାର ବୋଲି ଜଣା ପଡ଼ିଛି । ଏହି ତିନି ଜଣ ବ୍ୟକ୍ତି ମୁନିଗୁଡାରୁ ରାୟପୁରକୁ ଗଞ୍ଜେଇ ନେବାପାଇଁ କୌଣସି ଗାଡିକୁ ଅପେକ୍ଷା କରିଥିବା ବେଳେ ଅଚାନକ ଚଢ଼ାଉ କରି ସେମାନଙ୍କ ଠାରୁ ଦୁଇଟି ସିମେଣ୍ଟ ବ୍ୟାଗରେ ଗୋଟିଏ ୯ କିଲୋଗ୍ରାମ ଅନ୍ୟଟି ୬ କିଲୋଗ୍ରାମ ମୋଟ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରି ସେହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ଏ ଏସ ଆଇ ଶିବପ୍ରଶାଦ ଦୁରିଆ, ଏ ଏସ ଆଇ ରାମଚନ୍ଦ୍ର ଯାନୀ, ଏ ଏସ ଆଇ ଧନଞ୍ଜୟ ଦଣ୍ଡସେନା ଓ ଭଗତ ହଂସ ସାମିଲ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ ଆସନ୍ତା ୨୩ରେ

Sunil Chandra Nayak

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

Sunil Chandra Nayak

କବିତା ସାହୁ  ଙ୍କ କବିତା  ବୋଲବମ୍

Sunil Chandra Nayak

Leave a Comment

error: Content is protected !!