ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

କୋକସରା,୧୨/୮-( ମ ନି ସ) ଆସନ୍ତା ୧୫ ତାରିଖ ଦେଶ ପାଳନ କରିବ ୭୬ ତମ ସ୍ୱାଧୀନତା ଦିବସ । ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ମୋଦି ସରକାରଙ୍କ ଆହ୍ୱାନରେ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ଲାଗି ପଡିଛନ୍ତି। ଶୁକ୍ରବାର କଳାହାଣ୍ଡି ଭାଜପା ଯୁବମୋର୍ଚା ପକ୍ଷରୁ ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ ଙ୍କ ନେତୃତ୍ବରେ ଏକ ମୋଟେର ସାଇକେଲ ରେଲି କୋକସରା ବ୍ଲକ ମୋଟେର ଛକରୁ ବାହାରି କୋକସରା, ଲଡୁଗାଁ, ଆମପାଣି ରେ ପହଞ୍ଚିଛି। ଆମପାଣି ବୁଢ଼ାରଜା ମନ୍ଦିର ରେ ଦର୍ଶନ କରି ଧର୍ମଗଡ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବାଇକ ରେଲିରେ କଲମପୁର, କୋକସରା, ଧର୍ମଗଡ ବ୍ଲକର ଯୁବମୋର୍ଚାର କର୍ମକର୍ତ୍ତା ଯୋଗଦେଇ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜାତୀୟ ପତାକା ତ୍ରିରଙ୍ଗା କୁ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଘର ଅଗଣା ରେ ଉଡାଇବାକୁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମ ରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ନବରଙ୍ଗପୁର ପ୍ରଭାରି ହିମାଂଶୁ ପଣ୍ଡା, ଅପ୍ରେଶ ସ୍ୱାଇଁ, ଧର୍ମଗଡ ନଗର ପ୍ରଭାରୀ ହରେକୃଷ୍ଣ ପଣ୍ଡା, ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ସ୍ଵୟମ୍ବର ବାଗ, ତ୍ରିନାଥ ଶବର, ମଧୁବନ ପାତ୍ର, ବିଭୁଦତ୍ତ ପ୍ରଧାନୀ ସମେତ ଶତାଧିକ ସଂଖ୍ୟକ ଭାଜପା ର ଯୁବ କର୍ମକର୍ତ୍ତା ସାମିଲ ରହିଥିଲେ। କୋକସରା ବ୍ଲକରେ ବାଇକ ରେଲିକୁ ସମସ୍ତ ବର୍ଗର ଲୋକମାନେ ସ୍ୱାଗତ କରିଛନ୍ତି।

Related posts

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ” ସ୍ରୋତ” 

Sunil Chandra Nayak

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!