ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିରିରାଜ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ହର୍ ଘର୍ ତ୍ରିରଙ୍ଗା ଓ ରକ୍ଷାବନ୍ଧନ କାର୍ଯକ୍ରମ 

ଢେଙ୍କାନାଳ-:  ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓ କ୍ରାନ୍ତି ଦିବସ ଉପଲକ୍ଷେ ସାରା ଭାରତ ବର୍ଷ ଅମୃତ ମହୋତ୍ସବ ପାଳନ କରୁଅଛି । ଘରେ ଘରେ ଜାତୀୟ ଧ୍ଵଜା ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କରିଛନ୍ତି ତତ୍ ସହିତ ଏହାକୁ ୧୫ ତାରିଖ ଯାଏ ସାରା ଭାରତରେ ପାଳନ କରିବାକୁ ଆହ୍ଵାନ ଦେଇ ଛନ୍ତି। ଏହି ପରିପ୍ରେ୍କ୍ଷୀ ରେ ଗିରିରାଜ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଆଜି ମେରାମଣ୍ଡଳୀ ସରକାରୀ ଡ଼ାକ୍ତରଖାନା, ରେଲୱେ ଷ୍ଟେସନ, କାନାରା ବ୍ୟାଙ୍କ, ୟୁକୋ ବ୍ୟାଙ୍କ ପ୍ରଭୃତି ସମ୍ମୁଖ ରେ ମହାଭାରତୀୟ ଜାତି ର ଅସ୍ମିତା ର ପ୍ରତୀକ ତ୍ରିରଙ୍ଗା ପତାକା କୁ ପ୍ରଦର୍ଶନ କରାଯାଇ ଅଛି। ଆଗାମୀ ଦିନରେ ଏହାକୁ ବ୍ୟାପକ କରିବାକୁ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ସାହୁ, ସମ୍ପାଦିକା ତଥା ପର୍ବତାରୋହିଣି ବିଭାରାଣୀ ପାତ୍ର, ଉପ ସଭାପତି ଶିକ୍ଷକ ଅରୁଣ କୁମାର ବେହେରା ତଥା ମହେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

Leave a Comment

error: Content is protected !!