ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମିଛମାୟା

ମିଛମାୟା

 

ମିଛମାୟା ସଂସାରରେ 

              କେହିତ ନୁହେଁ କାହାର

ନିଜ ନିଜ କର୍ମଫଳ 

              ଭୋଗ ତୁମେ ନିଜେ କର

ସମ୍ପର୍କଟା ଏଠି ପରା

                ନୁହେଁ ସବୁରି ଦିନର

ମିଛମାୟା ସଂସାରରେ…………..୧

 

ଅଭିନୟ କରିବାକୁ

              ଆସିଛ ଏହି ଧରାକୁ

ସରିଗଲେ ଅଭିନୟ 

              ଫେରିଵ ନିଜ ଘରକୁ

ସମୟ ରହିଛି ସାକ୍ଷୀ 

                 ଦେଖୁଛି କର୍ମ ତୁମର

ମିଛମାୟା ସଂସାରରେ…………..୨

 

ପରଦିନେ କରିଦେବୁ

                 ସବୁକିଛି ଛାଡିଯିବୁ

ବାଟେଇ ଦେବାକୁ ତୋତେ

                   ମଶାଣି ଯାଏତ ଯିବୁ

ଜୁଇରେ ଲାଗିଲେ ନିଆଁ 

                  କରିଦେବେ ତୋତେ ପର

ମିଛମାୟା ସଂସାରରେ 

              କେହିତ ନୁହେଁ କାହାର……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!