ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ ବିରଜା ମାଆ 

ବିରଜା ମାଆ 

 

ଶରତ ଚନ୍ଦ୍ର ପଣ୍ଡା, ଯାଜପୁର 

 

ମାଟିରେ ଭରିଛି ଗନ୍ଧ ଆଉ ରଙ୍ଗ

ସ୍ୱାଦ’ତ ତୋହରି ଦାନ,,

ଅମୂଲ୍ୟ ପଦାର୍ଥ ଯାହା ମାଟି ଗର୍ଭେ

ରଖିଛୁ ଦେଇତୁ ମନ ll

ମା’ ତୁ ବିରଜା ଓଡ଼ିଆ ଗରବ

ଉତ୍କଳ ତୋ ଲୀଳା ଭୂଇଁ,,

ଗରବେ ଉଡ଼ୁଛି ପଣତ ତୋହର

ସରଗ ଯାଉଛି ଛୁଇଁ ll

କହ କେତେ ଦୂରେ ମୁଁ’ କି ତୋ ‘ବିଚାରେ

ନୁହଇଁ ଜନ୍ମିତ ପୁତ୍ର..?

କେତେ ଯୋଗୀ ମୁନି ଜ୍ଞାନରେ ଯେ’ ଧନୀ

ଶୂନ୍ୟ ଜ୍ଞାନ ମୋର ଗାତ୍ର ll

କୋଇଲି ର କୁହୁ କାଉ କା’ରାବ

ଗୁଣ୍ଡୁଚି ପିଠିରେ ଗାର,,

ସ୍ନେହରେ ମୋ ପିଠି ଆଉଁସି ଦେ’ଏଲୋ

କରୁଥା ଟିକେ ଆଦର ll

ଦେଖ ଦେଖ ମାଆ ତୋର ହାତ ଗଢ଼ା

ବିଶ୍ୱ ଧ୍ବଂସ ହୁଏ ଯୁଦ୍ଧେ,,

ରଖ ତୋ ‘ଧରିତ୍ରୀ ଆହେ ଶକ୍ତି ଦାତ୍ରୀ

ଜୀବନ ଝୁରେ ତା’ ମଧ୍ୟେ ll

ଜୟ ଜଗନ୍ନାଥ ତୋହରି ସନ୍ତାନ

ଲୀଳା କରେ ନୀଳାଚଳେ,,

ମାଆ ପୁଅ ଦୁହେଁ କି ଦାଉ ସlଧୁଛ

ପୃଥିବୀ ବୁଡ଼େ ଜଞ୍ଜାଳେ ll

କେତେ ଯେତେ ବୀର ପ୍ରସବ କରିଛୁ

ଗାନ୍ଧୀ, ଗୋପବନ୍ଧୁ, ମୀରା,

ରାମ, କୃଷ୍ଣ, ବଳି, ଭୀମ ମହାବଳୀ

ହିମାଳୟ ବାସୀ ପରା ll

ପୁଣ୍ୟ ବୈତରଣୀ କୂଳ ତୋର ଘର

ଓଡିଶା ର ଯାଜପୁର,

ଦିଲ୍ଲୀ, ପଲ୍ଲୀ, ବଙ୍ଗ ଆଉ ବଣ ମଲ୍ଲୀ

ସଭିଏଁ ତୋର ନିଜର ll

Related posts

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

Sunil Chandra Nayak

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak

ବେଦାନ୍ତ ଲିମିଟେଡ ପକ୍ଷରୁ ନିୟମଗିରି ବେଦାନ୍ତ ନଗରଠାରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ  

Leave a Comment

error: Content is protected !!