ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସା‌ହିତ୍ୟିକ ଓ ସାମ୍ବାଦିକ

ସା‌ହିତ୍ୟିକ ଓ ସାମ୍ବାଦିକ

ନଳିନୀ ପ୍ରଭା ମିଶ୍ର

ସାହିତ୍ୟିକ

ସାହିତ୍ୟିକ ସିଏ ସମାଜର 

  ସ୍ରଷ୍ଟା ସେବା ମନୋଭାବ ରଖି

ଚିତ୍ରଣ କର ଇ ସମାଜର ଛବି

  କଲମ ମୁନରେ ଲେଖି।

ନାହିଁ ତା’ର ଆଶା ପ୍ରତିଦାନ 

  ଭାଷା ସର୍ଜନା ରେ ପ୍ରଜାପତି

ଦୃଢ଼ ନିଷ୍ଠା ବଳେ ବାର୍ତ୍ତା ଦେଇଥାଏ

   ସାହିତ୍ୟ ରେ ରଖି ପ୍ରୀତି।

ସାହିତ୍ୟ ତାହାର ହୃଦୟ ସ୍ପନ୍ଦନ

  ଲେଖା ତା’ର ଜପାମାଳି

ଜୀବନର ବ୍ରତ ରୂପେ ହୋଇ

  ବ୍ରତୀ ଦେଇଥାଏ ସ୍ଵାର୍ଥ ବଳି।

ସମାଜକୁ ଦିଏ କାବ୍ୟ , କବିତା

  ମହାର୍ଘ ର ସମାହାର

ପରିବର୍ତ୍ତ କରି ସମାଜର ରୂପ

   ଦୂର କରେ ଅନାଚାର।

ଚରିତ୍ର ଚିତ୍ରଣେ ନିଖୁଣ ବିନ୍ଧାଣୀ

  ଜନଙ୍କର କରେ ହିତ

ପ୍ରତିଭା ପୂଜାର ଯୋଗ୍ୟ ଆସନରେ

  ହୋଇଥାଏ ଅଧିଷ୍ଠିତ।

ସାମ୍ବାଦିକ

 

ସାହିତ୍ୟ ଅଟ ଇ ଲିଖନର କଳା

    ପୁନଃ ପୁନଃ ପଠନ

କିନ୍ତୁ ସାମ୍ବାଦିକ ଥରଟିଏ କରେ

  ତା’ର ସମ୍ବାଦ ପ୍ରଦାନ।

ସତ୍ୟ ଘଟଣାକୁ ସମ୍ବାଦ ମାଧ୍ୟମେ

   କର ଇ ଉପସ୍ଥାପିତ

ଗଣତନ୍ତ୍ର ରାଷ୍ଟ୍ରରେ ସାମ୍ବାଦିକତାର

   ରହିଛି ସ୍ଥାନ ସ୍ଵତନ୍ତ୍ର।

ନିଜ ନିର୍ଭୀକ ତା ଦୃଢ଼ ମନୋବଳେ

  କର୍ମ ସମ୍ପାଦନ କରି

ଜନତା ସମ୍ବାଦ ମଧ୍ୟେ ତା’ ଭୂମିକା

   ଦୃଢ଼ ସେତୁ ଟିଏ ପରି।

ସମ୍ବାଦ ପ୍ରଦାନ କରେ ସାମ୍ବାଦିକ

   ନିରପେକ୍ଷ ଭାବ ନେଇ

ତା’ ପରି ବିଶ୍ବାସୀ ଅତି ଆପଣାର

   ବନ୍ଧୁ ଟିଏ ଅଛି କାହିଁ?

ସମାଜ ନାବର ଦୁଇ ମଙ୍ଗ ଭାବେ

  ଦୁଇଜଣ ହୋଇ ବଡ଼

ଗୋଟିକର ବିନା ଅନ୍ୟଟି ର ସ୍ଥିତି

    ନୁହ ଇ କେବେ ସୁ ଦୃଢ଼।

 

ମୁକୁନ୍ଦ ପୁର,
ଆସ୍କା, ଗଞ୍ଜାମ

 

Related posts

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

ମାଳି ଗୁଡା ଗ୍ରାମର ଶ୍ରେୟା ନଭି ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!