ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

ରାଉରକେଲା/ ଶିରିଡି ଶ୍ରୀସାଇ ଆଶ୍ରିତ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୮ ଠାରେ ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ହରିହର ରାଉତରାୟଙ୍କ ଆବାହକତ୍ବରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ରାଉରକେଲା ଦୀପିକା ମହିଳା ସଂହତିର ସଭାପତି ସୀମା ଭୌମିକ, ଶିଳ୍ପପତି ତଥା ସମାଜସେବୀ ଡି ଆର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସମାଜସେବୀ ବୈଦ୍ୟନାଥ ଦାସ, ସମାଜସେବୀ ଭୂଷଣ ସେଠୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ନିମନ୍ତେ ଇଟା ରଖିବା ସହ କାର୍ଯର ଶୁଭାରମ୍ଭ କରିଥିଲେ। ଶ୍ରୀମତୀ ବିଶ୍ବାସ ମନ୍ଦିର ନିର୍ମାଣରେ ଅର୍ଥର ଅଭାବ ରହିବ ନାହିଁ କହିଥିବା ବେଳେ ଶିଳ୍ପପତି ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ଦଶ ହଜାର ଟଙ୍କା ଦାନ ସହ ଆଗାମୀ ଦିନରେ ମନ୍ଦିର ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସାମ୍ବାଦିକ ଶ୍ରୀ ଦାଶ ଏକ ହଜାର ଓ ସମାଜସେବୀ ଶ୍ରୀ ଦାସ ବାବାଙ୍କ ପାଇଁ ରୁପା ମୁକୁଟ ଠାରୁ ଅନ୍ୟାନ୍ୟ ରୁପା ଜିନିଷ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶହ ଶହ ଭକ୍ତଙ୍କ ହୁଳହୁଳି ଓ ଭକ୍ତିମୟ ପରିବେଶରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ରାଉତରାୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସୂଚନା ଯୋଗ୍ୟ ଯେ ଗତ ଅକ୍ଷିତୃତିଆ ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ ଉକ୍ତ ମନ୍ଦିର ପାଇଁ ଏକ ଟନର ମାର୍ବଲ ସାଇ ମୂର୍ତ୍ତି ପ୍ରଦାନ କରିଛନ୍ତି। ଆସନ୍ତାକାଲି ଠାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ଭାଗ୍ୟଲକ୍ଷ୍ମୀ ଜେନା, ସରୋଜ ପରିଡା,ଜ୍ୟୋସ୍ନା ଦାସ, ନାରାୟଣ ନାୟକ,ଭାଗ୍ୟଲକ୍ଷ୍ମୀ ସାହୁ, ସୁମିତ୍ରା ସାହୁ,ଜେଣ୍ଟଲ ପରିଡା,ଜୟନ୍ତୀ ଦାସ,ସୁମିତ୍ରା ସ୍ବାଇଁ ପ୍ରମୁଖ ଶତାଧିକ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

Leave a Comment

error: Content is protected !!