ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର ୨୨/୧୦: ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍ ସଭାଗୃହରେ ରାଜ୍ଯ ସଭାପତି ପ୍ରଭାତ କୁମାର ତିୱାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନରେ ରାଜ୍ଯ ସରକାର ବିଭିନ୍ନ ବର୍ଗର କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିଥିବା ବେଳେ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କୁ ଆଜିଯାଏ ସରକାରୀ କର୍ମଚାରୀର ମାନ୍ଯତା ପ୍ରଦାନ କରି ନାହାଁନ୍ତି l ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା କ୍ଷେତ୍ରରେ ଜିଆରଏସ୍ ମାନେ ପ୍ରମୁଖ ଭୂମିକା ନେଇ ଆସିଛନ୍ତି l ତେବେ ସେମାନଙ୍କୁ ବିଭିନ୍ନ ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ଯ ଏ ଯାଏ ତାହା ପୁରଣ କଲେ ନାହିଁ l ନିକଟରେ ସରକାର ଜିଆରଏସ୍ ମାନଙ୍କ ଦାବୀକୁ ପୂରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାୟୀ କରିବେ ବୋଲି ସଂଘ ଆଶା ପ୍ରକାଶ କରିଛି l ଯଦି ସରକାର ତାହା ପୁରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ରାଜଧାନୀରେ ରାଜ୍ୟସ୍ତରୀୟ ସମାବେଶ ସହ ବିଭନ୍ନ ଚରମ ପଦକ୍ଷେପ ନେବ ବୋଲି ଏହି ଅବସରରେ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ସଂଘର ନିଷ୍ପତ୍ତି କ୍ରମେ ନୂତନ ଭାବେ ସଂଗ୍ରାମ ସିଂହ ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ମନୋନୀତ କରାଯାଇଥିବା ବେଳେ ଦେବାଶିଷ ରାଉତଙ୍କୁ କୋଷାଧ୍ଯକ୍ଷ ମନୋନୀତ କରାଯାଇଛି l ସଙ୍ଘର ଆଗାମୀ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ରାଜ୍ଯସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସଂଘର ସାଙ୍ଗଠନିକ ସମ୍ପାଦକ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି l

 ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!