ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ୧୯୮ ବୋତଲ ମଦ ଜବତ,ଜଣେ ଗିରଫ

ରାଉରକେଲା/ ସେକ୍ଟର ୧୯ଥାନା ଅନ୍ତର୍ଗତ ଗଜପତି ମାର୍କେଟ ର ବି-୨୭୨ ନମ୍ବର ଦୋକାନରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୯୮ଟି ବିଭିନ୍ନ ବ୍ରାଣ୍ଡର ମଦକୁ ସେକ୍ଟର ୧୯ଥାନା ପକ୍ଷରୁ ଜବତ କରାଯାଇଛି। ଥାନାଧିକାରୀ ମାନସ ସ୍ବାଇଁ ଙ୍କ ନିର୍ଦ୍ଦେଶରେ ସବ ଇନ୍ସପେକ୍ଟର ରଞ୍ଜିତ କୁଲୁ ଓ ଅନ୍ୟ ଷ୍ଟାଫ୍ ମାନେ ଗଜପତି ମାର୍କେଟର ଉକ୍ତ ଦୋକାନ ଉପରେ ଚଢାଉ କରି ଏହାର ମାଲିକ ମିଶ୍ର ଖଟାଲ ନିବାସୀ ସଞ୍ଜୟ ବେହେରା କୁ ଗିରଫ କରି ମଦ ଗୁଡିକୁ ଜବତ କରିଥିଲେ। ସେକ୍ଟର ୧୯ଥାନା ପକ୍ଷରୁ ଚଢାଉ ପରେ ଅସାଧୁ ବ୍ୟବସାୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଗିରଫ ଶ୍ରୀ ବେହେରା ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢାଉ ଜାରି ରହିବ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଶ୍ରୀ ସତ୍ୟସାଇ ବାବାଙ୍କ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

ରାଇରଙ୍ଗପୁର ଗଢ ଗ୍ରାମରେ ଅପରାହ୍ନରେ କଳାକନା ବୁଲାଇଲେ ଦୁବୃର୍ତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଧରି ଚମ୍ପଟ

Sunil Chandra Nayak

Leave a Comment

error: Content is protected !!