ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା ସମେତ ଗ୍ରାମବାସୀ

 ଯନ୍ତ୍ରୀ ଙ୍କ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

କୋକସରା,୧୩/୬- (ମ ନି ସ )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତ ର ସଦର ଗ୍ରାମ ର ଶତାଧିକ ମହିଳା ସମେତ ଗ୍ରାମବାସୀ ମାନେ କୋକସରା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ କୁ ଜଗନ୍ନାଥ ମନ୍ଦିର ଛକ ନିକଟରେ ପାନୀୟ ଜଳ ଯୋଗାଣ ଦାବୀରେ ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଥିଲେ। ଆଜିକୁ ୧୫ ଦିନ ରୁ ଉର୍ଦ୍ଧ୍ଵ ହେଲା କୋକସରା ଗ୍ରାମରେ ପାନୀୟ ଜଳ ଯୋଗାଣ ଅନିୟମିତତା ପ୍ରତିବାଦ କରି ଜାତୀୟ ରାଜପଥ ଅବରୋଧ କରିଥିଲେ । ୫ ଘଣ୍ଟା ପରେ ସହକାରୀ ଯନ୍ତ୍ରୀ ଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାପଡିଛି। ସୂଚନା ମତେ ଦୀର୍ଘ ୧୫ ଦିନ ହେବ କୋକସରା ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଅବହେଳା କାରଣରୁ ଅସହ୍ୟ ଖରା ତାତିରେ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ସରପଞ୍ଚ ସମେତ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ଗ୍ରାମର ଶତାଧିକ ମହିଳା ସମେତ ଗ୍ରାମବାସୀ ମାନେ ଜାତୀୟ ରାଜପଥ ରେ ମାଠିଆ, ଗରା, ବାଲ୍ଟି ରଖିବା ସହ ପ୍ରତିବାଦ କରିଥିଲେ । ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସମେତ ଜିପିଇଓ ନାରାୟଣ ଭୋଇ, ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପହଞ୍ଚି ଆନ୍ଦୋଳନ ରେ ଥିବା ମହିଳା ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କଲାପରେ ମଧ୍ୟ ସ୍ଥାୟୀ ସମାଧାନ ତ୍ୱରିତ ପଦକ୍ଷେପ ଦାବି କରି ନିଜ ଜିଦ ରେ ଅଡ଼ି ବସିଥିଲେ । ପରେ ଗ୍ରାମ୍ୟ ଜଳ ଯୋଗାଣ ର ଧର୍ମଗଡ ଓ କୋକସରା ବ୍ଲକ ଦାୟିତ୍ୱ ରେ ଥିବା ସହକାରୀ ଯନ୍ତ୍ରୀ ଅଙ୍କିତ ପ୍ରତୀକ ଟୋପୋ ପହଞ୍ଚିବା ପରେ ତାଙ୍କୁ ୩ ଘଣ୍ଟା ମହିଳା ଓ ଗ୍ରାମବାସୀ ଅଟକ ରଖି ସ୍ଥାୟୀ ସମାଧାନ ପାଇଁ ଦାବୀ କରିଥିଲେ। ସହକାରୀ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରି ଆଗାମୀ ଦିନରେ କୋକସରା ଗ୍ରାମର ବିଭିନ୍ନ ସ୍ଥାନରେ ୬ ଗୋଟି ଡିପ ବୋରୱେଲ ଖନନ କରି ପାନୀୟ ଜଳ ଯୋଗାଣ କରାଯିବା ଓ ବର୍ତ୍ତମାନ ପାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ପଡାକୁ ପାଇପ ଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବା ନେଇ ଲିଖିତ ପ୍ରତିଶୃତି ପରେ ଦିନ ୧ ଘଣ୍ଟା ସମୟରେ ରାସ୍ତା ଅବରୋଧ ରୁ ଓହରିଛନ୍ତି ଗ୍ରାମବାସୀ। ଦୀର୍ଘ ୫ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ଠପ ହୋଇ ପଡ଼ିଥିଲା ଓ ସାଧାରଣ ଯାତ୍ରୀ ସମେତ ଶହ ଶହ ଗାଡିମୋଟର ରାସ୍ତା ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା। ରାସ୍ତା ଅବରୋଧ ହଟିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।

Related posts

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ଆତ୍ମସୁରକ୍ଷ୍ୟା ତାଲିମ ଶିବିର

Sunil Chandra Nayak

ପଥ ମହୋତ୍ସବ ‘ମୁରୁଜରେ ମୋ ଜଗନ୍ନାଥ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!