ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ, ରାମପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ର ଦାବୀ ପତ୍ର ପ୍ରଦାନ

ମ,ରାମପୁର,୧୩/୬(ମସୀହା): କଳାହାଣ୍ଡି ଜିଲ୍ଲାର ମ, ରାମପୁର ରାଜସ୍ବ ଉପଖଣ୍ଡ ମାନ୍ୟତା ପାଇବା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହୋଇ ଆସୁଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତତଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଓ ଆବାହକ ବିଭୁତୀ ଭୁଷଣ ମହାଖୁଡ ଙ୍କ ନେତୃତ୍ବ ରେ ଚାରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତହସିଲଦାର ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଆଜି ମ,ରାମପୁର ବ୍ଲକ୍ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଚାଲିବା ଅବସର ରେ ତାଙ୍କୁ ମଧ୍ୟ ମ, ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ ନେଇ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଚମରା ବାଗର୍ତ୍ତି, ପଦ୍ମ ଲୋଚନ ମିଶ୍ର, ପଦ୍ମ ଲୋଚନ ପାତ୍ର, ବିପ୍ର ମାଝୀ, ରାଜୁ ମାଝୀ, ବିଶ୍ୱଜିତ୍ ଚାଟାର୍ଜୀ, ସତ୍ୟଜୀତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ଦିବାକର ବାଗ, ଉପେନ୍ଦ୍ର ପାତ୍ର, ଦୟାନିଧି ପାତ୍ର, ପ୍ରଭାକର ନାଗ, ଦାଶରଥି ମାଝୀ, ଲୋଚନ ଧରୁଆ, ଲଙ୍ଗେ ମାଝୀ ଓ ଧୋବା ପନ୍ଦର ପ୍ରମୁଖ ସାମିଲ୍ ଥିଲେ । ଯଦି ସରକାର ଦାବୀ ପ୍ରତି ଦୃଷ୍ଟି ନ ଦେବେ ତେବେ ଆଗାମୀ ଦିନରେ ବିଧାନସଭା ସମ୍ମୁଖ ରେ ଧାରଣା ଦିଆ ଯିବା ସହ ରାଜରାସ୍ତାକୁ ମିଳିତ ସଂଗ୍ରାମ ମଞ୍ଚ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି l

ମ ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୩ ନମ୍ବର ଜୋନର ଭୋଟ ଗଣତି 

Sunil Chandra Nayak

Leave a Comment

error: Content is protected !!