ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶର୍ଯ୍ୟ ହେଲେ ବି ସତ…‘ଦୋସା ପ୍ରିଣ୍ଟର’ ଭାଇରାଲ୍..

ଦେଖିବାକୁ ଅବିକଳ କାଗଜ ପ୍ରିଣ୍ଟର ଭଳି। କିନ୍ତୁ ସେହି ପ୍ରିଣ୍ଟରରୁ ସୁଇଚ୍‌ ଦବାଇଲେ କାଗଜ ନୁହେଁ ଦୋସା ବାହାରୁଛି। ଚେନ୍ନାଇର ସଂସ୍ଥା ଇଭୋସେଫ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦୋସା ମେକର୍‌ର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ପ୍ରିଣ୍ଟର୍‌ରେ ଅତି ସହଜରେ ପତଳା ଦୋସା ପ୍ରସ୍ତୁତ ହୋଇପାରୁଛି। ଏହି ମେସିନ୍‌କୁ ବହୁ ଲୋକ ପ୍ରଶଂସା କରିଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ବିଶ୍ବର ପ୍ରଥମ ଦୋସା ମେକର ଯାହା ଏକ ମିନିଟ୍‌ରୁ କମ୍ ସମୟ ଭିତରେ ଦୋସା ପ୍ରସ୍ତୁତ କରିପାରୁଛି। ଗ୍ରାହକମାନେ ଏଥିରେ ଦୋସା ତିଆରି କରିବା ବେଳେ ଘିଅ, ବଟର କିମ୍ବା ଚିଜ୍‌କୁ ମଧ୍ୟ ବ୍ୟବହାର କରିପାରିବେ। ଏହି ମେସିନ୍‌ର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

Sunil Chandra Nayak

ଚୋରାଚାଲାଣ କେନ୍ଦୁ ପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

Sunil Chandra Nayak

ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!