ଉତ୍କେଲା,୧୩/୦୬, (ମ ନି ସ ),କେସିଙ୍ଗା ଥାନା ଉତ୍କେଲା ହାଇସ୍କୁଲ ପ୍ରାଙ୍ଗଣରେ ଉତ୍କେଲା ଜନତା ଓ ପୋଲିସ ମିଳିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେସିଙ୍ଗା ଆଇ ଆଇ ସି ସତ୍ୟ କୁମାର ନନ୍ଦ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଙ୍କ ଆବାହକରେ ଉତ୍କେଲା ର ସରପଞ୍ଚ ନରେନ୍ଧ୍ର ମାଝି,ସମିତିସଭ୍ୟ ତ୍ରିନାଥ ମାଝୀ ସମେତ ବସନ୍ତ ପୁରୋହିତ,ରୁପଚାନ୍ଧ ଜୈନ,ରମେଶ କୁମ୍ବାର,ପୁର୍ଣଚନ୍ଧ୍ର ପୁଟେଲ,ରାଜୁ ଅଗ୍ରଓ୍ବାଲ,ନବକିଶୋର ନାଏକ,ପବନ କୁମାର ଜୈନ, ପ୍ରମୁଖ ଯୋଗ ଦେଇଥିଲେ। ପୋଲିସ ଓ ଲୋକଙ୍କ ମଧ୍ୟରେ ସୁସଂପର୍କ ରଖି ସବୁବେଲେ ପରସ୍ପର ସହଯୋଗ କରି ଅଞ୍ଚଳରେ ଶାନ୍ତିି ଆଣିବା, ମଦ,ସଟ୍ଟା କାରବାର ହିସାଂ ମୁଳକ କାର୍ଯ୍ୟକଲାପ ଗୁଡିକୁ ମିଳିତ ହୋଇ ମୁଳପୋଛ କରିବା । ଅଞ୍ଚଳର ଶାନ୍ତିି ସ୍ଥାପନ ପାଇଁ ଉଭୟ ପୋଲିସ ଜନତା ମଧ୍ୟରେ ସହଯୋଗ ନିହାତି ଆବଶ୍ୟକ। ଏପରି ଅନେକ ସଚେତନତା ମୁଳକ ବାର୍ତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ହୋଇଥିଲା।
ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।