ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ଶିକ୍ଷକ ନିଯୁକ୍ତି ମାମଲା –  ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଜାରି 

ଗୋଳାମୁଣ୍ଡା/ମସିହା/ ଗୋଳାମୁଣ୍ଡା ବ୍ଲକରେ ଦୀର୍ଘ ଦିନ ଧରି ଚାରି ଶିକ୍ଷକ ଶିକ୍ଷୟତ୍ରୀ ୨୦୦୦ ମସିହାରେ କୌଣସି ଇଜିଏସ କେନ୍ଦ୍ରରେ ନିଯୁକ୍ତି ନ ପାଇ ସିଧାସଳଖ ୨୦୦୮ ମସିହାରେ ଗଣ ଶିକ୍ଷକରେ ନିଯୁକ୍ତି ପାଇଲେ ଏ ନେଇ ବିଭିନ୍ନ ଖବର କାଗଜରେ ବାରମ୍ବାର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ       ଏହାର  ତଦନ୍ତ ଜାରି ରଖିଛି । କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୋଳାମୁଣ୍ଡା ବ୍ଲକ ବିଇଓଙ୍କୁ ନିର୍ଦେଶ ଦେଇଥିଲେ । ଗୋଳାମୁଣ୍ଡା ବିଇଓ ଚିଠି ନଂ ୧୫୩୮ ତା ୧୨/୯/୨୨ ଅନୁଯାୟୀ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ହାଜର ହେବାକୁ ଚାରି ଶିକ୍ଷକ ଙ୍କୁ ଚିଠି କରିଥିଲେ । ଚିଠି ପାଇଲା କ୍ଷଣି ଚାରି ଶିକ୍ଷକ ଗତ ତା ୧୩/୯ରେ ଜିଲ୍ଲାଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଚାରି ଜଣ ଶିକ୍ଷକଙ୍କୁ ୧୪ଟି ତଥ୍ୟ ଦେବାକୁ ଅବଗତ କରିଥିଲେ । ୧୪ଟି ତଥ୍ୟ ଦେଇ ନ ପାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଗତ ୨୩/୯ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଚାରି ଶିକ୍ଷକ କେବେ ନିଯୁକ୍ତି ପାଇଲେ ଏବଂ କେଉଁ କମିଟି ସେମାନଙ୍କୁ ନିଯୁକ୍ତି ଦେଇଥିଲା । ସେମାନଙ୍କର ଛାତ୍ର ଉପସ୍ଥାନ , ଶିକ୍ଷକ ଉପସ୍ଥାନ,ପରିଦର୍ଶନ ଖାତା ଓ ବ୍ୟାଙ୍କ ପାସବୁକ ଗୁଡ଼ିକ ସହ ତୃଣମୂଳ ସ୍ତରକୁ ଯାଇ ତଦନ୍ତ କରିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶ୍ରୀ ଚୋପଦାର ସମସ୍ତ କାଗଜ ପତ୍ର ମଗାଯାଇଛି ସମସ୍ତ ତଥ୍ୟ ପ୍ରଦାନ କରି ନ ପାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗଣ ମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସାତ ଦିନ ଭିତରେ ସମସ୍ତ କାଗଜ ପତ୍ର ଦେବାକୁ ନିର୍ଦେଶ ଦେଇଥିବା ବେଳେ ଗୋଳାମୁଣ୍ଡା ବିଇଓ ଆମକୁ ତୃଣମୂଳ ସ୍ତରକୁ ଯାଇ ତଦନ୍ତ କରିବାକୁ କୌଣସି ଚିଠି ଆସି ନ ଥିବା କଥା ସନ୍ଧେହ ଘେରକୁ ଟାଣିନେଉଛି।ଏପଟେ ଡିପିସି ଅଫିସର  ଜୈନିକ କିରାଣୀ  ଚାରି ଶିକ୍ଷକଙ୍କୁ ବଞ୍ଚାଇବାକୁ ସାମ୍ବାଦିକ ମାନଙ୍କୁ ଫୋନ ଯୋଗେ ଲୋଭ ଦେଖାଉ ଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଚାରି ଶିକ୍ଷକଙ୍କ ମଧ୍ୟରୁ ତିନି ଜଣ ନିୟମିତ ହୋଇଥିବା ବେଳେ ଜୟକୃଷ୍ଣ ଚନ୍ଦନ ନିୟମିତ ନ ହେବାର କାରଣ ସମସ୍ତଙ୍କୁ ଚକିତ କରିଦେଉଛି । ପ୍ରକାଶ ଥାଉକି ଜୟକୃଷ୍ଣ ଚନ୍ଦନ ପ୍ରଥମ ପର୍ଯ୍ୟାୟରେ ଗଣ ଶିକ୍ଷକ ରୂପେ ନିଯୁକ୍ତି ପାଇଥିବାରୁ ଶିକ୍ଷକ ସଙ୍ଘ ପକ୍ଷରୁ ବିରୋଧ କରାଯାଇଥିଲା । ଯାହା ଫଳରେ କି ସେ ନିୟମିତରୁ ବଞ୍ଚିତ ହୋଇଥିବା ଜଣାପଡିଛି । ବାକି ତିନି ଜଣ ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବାରୁ ଆଜି ସେମାନେ ନିୟମିତ ହୋଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ କାଗଜ ପତ୍ର ଯାଞ୍ଚ ସହ ତୃଣମୂଳ ସ୍ତରକୁ ଯାଇ ତଦନ୍ତ କରିବାକୁ ସାଧରଣରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

ରମେଶ ବେହେରା ହେଲେ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

କ୍ଲଷ୍ଟର ସ୍ଥରୀୟ କର୍ମଶାଳା ପଢିବାକୁ ଶିଖିବା- ଶିଖିବାକୁ ପଢ଼ିବା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!