ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

ମ.ରାମପୁର:୨୭/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି ଅନେକ ସମସ୍ୟା l ମ.ରାମପୁର ଏକ ସୀମାନ୍ତବର୍ତ୍ତୀ ବ୍ଲକ ହେଇଥିବା କାରଣରୁ ଏହି ବ୍ଲକ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନର୍ଲା ବ୍ଲକର କିଛି ଅଂଚଳ,କର୍ଲାମୁଣ୍ଡା ବ୍ଲକର କିଛି ଅଂଚଳ ଏପରିକି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର କିଛି ଅଂଚଳର ଲୋକେ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଚାରିଜଣ ବିଶେଷଜ୍ଞ ଡ଼ାକ୍ତର ରହିବାର ନିୟମ ରହିଥିବାବେଳେ କିନ୍ତୁ ଜଣେ ହେଲେ ମଧ୍ୟ ବିଶେଷଜ୍ଞ ଡ଼ାକ୍ତର ନ ରହିବା ଘୋର ପରିତାପର ବିଷୟ ବୋଲି ରୋଗୀ କଲ୍ୟାଣ ସମିତି ର ସାଂସଦ ପ୍ରତିନିଧି ପଦ୍ମ ଲୋଚନ ମିଶ୍ର ପ୍ରକାଶ କରିଛନ୍ତି । ମ.ରାମପୁରଠାରେ ହେଇଥିବା ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟା ନେଇ ଦୃ୍‌ଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ମୁତାବକ,ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ରହିଥିଲେ ହେଁ ଏହାର ବ୍ୟବହାର ନ ହେଇ ପଡ଼ିରହିଛି । ସେହିଭଳି ଆଖି ଟେକ୍ନସିଅନ ପଦ ଖାଲି ରହିଛି । ବର୍ଷା ଦିନେ ଛାତରୁ ପାଣି ଗଳିବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିମଳ ବ୍ୟବସ୍ଥାରେ ଅବହେଳା ହେଉଥିବା ପରିଲକ୍ଷିତ ହେଉଛି । ଏହି ବ୍ଳକର ସୀମାନ୍ତ ଅଂଚଳ ମୋହନଗିରୀରେ ମଧ୍ୟ ଡ଼ାକ୍ତର ଅଭାବ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲିି ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଠାରେ ସୂଚନାଥାଉ କି,ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ବିଶେଷଜ୍ଞ ପଦ ଖାଲିକୁ ନେଇ ବିିିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଂଗଠନ ଦାବୀ କରିଆସୁଥିଲେ ହେଁ କିଛି ସୁଫଳ ମିଳୁନଥିବାରୁ ଅଂଚଳବାସୀ କେବଳ ରେଫରାଲ ସେଣ୍ଟର ଭାବରେ ବ୍ୟବହାର ହେଉଚି ବୋଲି କଟାକ୍ଷ କରିଛନ୍ତି । 

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଧଅଁରାଭଟାରେ କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମୁଁ ମଣିଷ ।।

Sunil Chandra Nayak

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

Sunil Chandra Nayak

Leave a Comment

error: Content is protected !!