ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

   ପ୍ରାର୍ଥନା

ଉପେନ୍ଦ୍ର କୁମାର ବସ୍ତିଆ

   
କିଏ ପଛେ ମୋର ନ ଥାଉ ପଛରେ 
     ଏକା ଅଛ ତୁମେ ମୋର 
କିଏ ପଛେ ମୋତେ ନ କରୁ ଆଦର 
    ମହାବାହୁ ସାହାଯାର ।
ଯିଏ ଯେତେ ନିନ୍ଦା କରୁଥାଉ ପଛେ 
      ମୁଁ କିଛି ଭାବିବି ନାହିଁ 
ନିନ୍ଦା ବା ପ୍ରଶଂସା ମୋ ପାଖେ ସମାନ 
    ସବୁରେ କାଳିଆ ସାଇଁ । 
ତୁମେ ଧରିଥିଲେ ମୋହରି ହାତକୁ  
    କାହାକୁ ନ ଥିବ ଡର 
ଯାହାର ନାମକୁ ଶୁଣିବା ମାତ୍ରକେ 
    ଯମ ହୁଏ ଥର ହର ।
ସେହି ନାମ ଗାଇ ସେହି ନାମ ଧ୍ୟାୟୀ 
    ସଂସାରୁ ହୋଇବି ପାର
ତୁମେ ମୋ ରକ୍ଷକ ତୁମେ ମୋ ଭକ୍ଷକ 
    ତୁମେ ମୋର ପ୍ରାଣେଶ୍ୱର ।

      ରାଉରକେଲା

Related posts

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

Leave a Comment

error: Content is protected !!